ଜାନୁଆରୀ ୨୪ରେ ହେବ ଦିଲ୍ଲୀ ମେୟର ନିର୍ବାଚନ

0

ନୂଆଦିଲ୍ଲୀ (ଆମ ଟିଭି): ବହୁ ହୋହାଲ୍ଲା ଭିତରେ ସ୍ଥଗିତ ରହିଥିବା ଦିଲ୍ଲୀ ମେୟର ନିର୍ବାଚନ ଆସନ୍ତା ଜାନୁଆରୀ ୨୪ରେ ଅନୁଷ୍ଠିତ ହେବ । ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ଅନୁମତିକ୍ରମେ ନବ ନିର୍ବାଚିତ କର୍ପୋରେଟରଙ୍କ ବୈଠକ ବସିବ। ଏହି ସମୟରେ ହିଁ ମେୟର ନିର୍ବାଚନ ହେବ। ଜାନୁଆରୀ ୨୪ରେ ପ୍ରଥମେ ନବ ନିର୍ବାଚିତ କର୍ପୋରେଟରମାନେ ଶପଥ ଗ୍ରହଣ କରିବେ। ଏହାପରେ ମେୟର, ଡେପୁଟି ମେୟର ଓ ୬ ଜଣିଆ ଷ୍ଟାଣ୍ଡିଂ କମିଟି ସଦସ୍ୟ ପାଇଁ ମତଦାନ ହେବ। ପୂର୍ବଥର ନବ ନିର୍ବାଚନ କର୍ପୋରେଟରଙ୍କ ବୈଠକ ବେଳେ ବେଶ ହଙ୍ଗାମା ହୋଇଥିଲା। ଏଥିପାଇଁ ମେୟର ନିର୍ବାଚନକୁ ଜାନୁଆରୀ ୩୦କୁ ଘୁଞ୍ଚାଇ ଦିଆଯାଇଥିଲା। କିନ୍ତୁ ଏବେ ଉପ ରାଜ୍ୟପାଳ ୨୪ ଜାନୁଆରୀରେ ବୈଠକ ଡାକିବା ସହ ମେୟର ନିର୍ବାଚନ ପାଇଁ ଦିନ ଧାର୍ୟ୍ୟ କରିଛନ୍ତି।

ଏମସିଡିର ଆସନ ସଂଖ୍ୟା ୨୫୦। ବିଜେପିର ୭ ଲୋକସଭା ସାଂସଦ, ଆପ୍ର ୩ ଜଣ ରାଜ୍ୟ ସଭା ସାଂସଦ ଓ ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ମନୋନୀତ ୧୪ ଜଣ ବିଧାୟକ ମିଳିତ ଭାବେ ମେୟର ଓ ଡେପୁରି ମେୟର ନିର୍ବାଚନରେ ଅଂଶଗ୍ରହଣ କରିବେ। ଦିଲ୍ଲୀ ବିଧାନସଭାର ବାଚସ୍ପତି ଆପ୍ରୁ ୧୩ ଜଣ ଓ ବିଜେପିର ଜଣେ ବିଧାୟକଙ୍କୁ ମନୋନୀତ କରିଛନ୍ତି।

 

Leave A Reply

Your email address will not be published.