ସୁନ୍ଦର ରାଷ୍ଟ୍ର ନିର୍ମାଣ ପାଇଁ ଅନୁରାଗଙ୍କ ଆହ୍ବାନ

0

ଭୁବନେଶ୍ବର: ଏକ ସ୍ୱଚ୍ଛ, ସୁନ୍ଦର ଓ ସଶକ୍ତ ରାଷ୍ଟ୍ର ଗଠନ ପାଇଁ ସରକାରୀ ଉଦ୍ୟମରେ ସକ୍ରିୟ ଭାବେ ଯୋଗଦେବାକୁ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଯୁବ ପିଢ଼ିଙ୍କୁ ଅନୁରୋଧ କରିଛନ୍ତି। ଆଜି କର୍ଣ୍ଣାଟକର ଧରୱାଡ଼ଠାରେ ଅନୁଷ୍ଠିତ ୨୬ତମ ଜାତୀୟ ଯୁବ ମହୋତ୍ସବର ଉଦଯାପନୀ ସମାରୋହକୁ ସେ ସମ୍ବୋଧିତ କରିଛନ୍ତି। ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମକୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଶ୍ରୀ ଠାକୁର ଯୁବକମାନଙ୍କୁ ୱାଇ-୨୦ ଆଲୋଚନା ଏବଂ ୱାଇ-୨୦ ପଦଯାତ୍ରାରେ ଯୋଗଦେବାକୁ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଜି -୨୦ ନେତାଙ୍କ ପାଇଁ ଦସ୍ତାବିଜ ପ୍ରସ୍ତୁତ କରିବାକୁ ଆମନ୍ତ୍ରଣ କରିଥିଲେ। ମୋଦୀ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ ଯୁବ କଲ୍ୟାଣମୂଳକ ପଦକ୍ଷେପକୁ ବର୍ଣ୍ଣନା କରି ସେ କହିଛନ୍ତି ଯେ ଏହି ପଦକ୍ଷେପଗୁଡିକ ରାଷ୍ଟ୍ର ର୍ନିମାଣରେ ଫଳପ୍ରଦ ଭାବରେ ବ୍ୟବହାର କରାଯିବା ଉଚିତ। ଜାତୀୟ ଯୁବ ମହୋତ୍ସବର ସଫଳତାକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ। ଯାହାକି ହୁବଲି-ଧରୱାଡ଼ରେ ସବୁଜ ମହୋତ୍ସବ ଭାବେ ପାଳନ କରାଯାଇଥିଲା । ଏକ ସ୍ୱଚ୍ଛ ଭାରତ ଗଠନ ପାଇଁ ଜୀବନରେ ବର୍ଜ୍ୟ ହ୍ରାସ ପଦକ୍ଷେପଗୁଡ଼ିକର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ।

Leave A Reply

Your email address will not be published.