ରକ୍ଷୀଙ୍କୁ ସାହାର୍ଯ୍ୟର ହାତ ବଢାଇଲେ ମୁକେଶ ଅମ୍ବାନୀ

0

ମୁମ୍ବାଇ: ଡ୍ରାମା କୁଇନ ରାକ୍ଷୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ। ବ୍ରେନ ଟ୍ୟୁମର ତଥା କ୍ୟାନସର ପରି ସାଂଘାତିକ ବେମାର ସହ ଲଢ଼ୁଥିବା ରାକ୍ଷୀଙ୍କ ମା’ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପ୍ରାୟ ୨ ମାସ ହେବ ରାକ୍ଷୀ ନିଜ ମା’ଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଏବେ ହସ୍ପିଟାଲ ବିଲ୍‌ ତାଙ୍କ ହୋସ ଉଡ଼ାଇ ଦେଉଛି। ସୋଶାଲ ମିଡିଆରେ ନିଜ ଦୁଃଖ ସମ୍ପର୍କରେ ରାକ୍ଷୀ କହୁଥିବା ଦେଖିବାକୁ ମିଳିଥିବା ବେଳେ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ମୁକେଶ ଅମ୍ବାନୀ।

ରାକ୍ଷୀଙ୍କ ମା’ଙ୍କ ଚିକିତ୍ସା ଖର୍ଚ୍ଚ ନିମନ୍ତେ ସେ ଖୁବ୍‌ ସାହାଯ୍ୟ କରୁଥିବା ନିଜେ ରାକ୍ଷୀ ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ରାକ୍ଷୀ କହିଛନ୍ତି, ଏବେ ମମି କାହାକୁ ଚିହ୍ନି ପାରୁ ନାହାନ୍ତି। ସେ ଖାଇପିଇ ପାରୁ ନାହାନ୍ତି। ତାଙ୍କ ଅଧା ଶରୀର ପାରାଲାଇଜ ହୋଇଛି। ହସ୍ପିଟାଲ ଖର୍ଚ୍ଚ ମୋ’ ହୋସ ଉଡ଼ାଇ ଦେଉଥିବା ବେଳେ ଅମ୍ବାନୀଜୀ ମୋତେ ଖୁବ୍‌ ସାହାଯ୍ୟ କରିଛନ୍ତି। କାରଣ ସେ ମା’ଙ୍କ ଚିକିତ୍ସା ନିମନ୍ତେ ଖୁବ୍ ସାହାଯ୍ୟ କରୁଛନ୍ତି। ତେଣୁ ତାଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।

Leave A Reply

Your email address will not be published.