ପୁଣି କଂଗ୍ରେସକୁ ଝଟକା, ହାତ ଛାଡିଲେ ଆଉ ଜଣେ ବରିଷ୍ଠ ନେତା
ଭାତିଣ୍ଡା: ରାହୁଲ ଗାନ୍ଧି ପଞ୍ଜାବରେ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିବା କ୍ଷଣି କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ ଆଜି ବିଜେପିରେ ମିଶିଛନ୍ତି। ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାସ୍ତ ହେବା ପରେ ମନପ୍ରୀତ ଦଳରେ କୋଣଠେସା ହୋଇ ରହିଥିଲେ। ଏଥିପାଇଁ ସେ ଦଳ ଛାଡ଼ୁଥିବା ରାହୁଲ ଗାନ୍ଧିଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।
ଆଜି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ମନପ୍ରୀତ ପଦ୍ମ ଧରିଛନ୍ତି। ବିଜେପି ହେଉଛି ମନପ୍ରୀତଙ୍କ ୪ର୍ଥ ଦଳ। ସେ ୨୭ ବର୍ଷ ହେଲା ରାଜନୀତି ମୈଦାନରେ ରହିଛନ୍ତି। ସେ ପ୍ରଥମେ ୧୯୯୫ରେ ଅକାଳୀ ଦଳ ସହ ମିଶି ରାଜନୀତି ଆରମ୍ଭ କରିଥିଲେ। ୨୦୧୦ରେ ସେ ପିପୁଲ୍ସ ପାର୍ଟି ଅଫ ପଞ୍ଜାବ ଗଠନ କରିଥିଲେ।