୨୫ରେ ରିଲିଜ୍ ହେବ ଫିଲ୍ମ ପଠାନ

0

ମୁମ୍ବ‌ାଇ: ବଲିଉଡ୍‌ ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଆଜିକାଲି ‘ପଠାନ୍‌’ ଫିଲ୍ମର ଗୀତ ଓ ଟ୍ରେଲର୍‌ ରିଲିଜ୍‌‌ ପରେ ବେଶ୍‌ ଚର୍ଚ୍ଚାରେ ରହି ଆସୁଛନ୍ତି। ବହୁ ବାଦବିବାଦ ପରେ ବି ଫିଲ୍ମଟି ଜାନୁଆରି ୨୫ ତାରିଖରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମଟିର ‘ବେସରମ୍‌ ରଙ୍ଗ୍‌’ ଗୀତ ରିଲିଜ୍‌ ହେବା ପରେ ବିବାଦରେ ରହି ଆସିଥିବା ବେଳେ ଫିଲ୍ମଟିକୁ ସୁରକ୍ଷା ଦେବାର ଦାୟିତ୍ବ ସରକାରଙ୍କର।

ସୋସିଆଲ୍‌ ମିଡିଆରେ ଫିଲ୍ମଟିକୁ ବିରୋଧ କରାଯିବା ମଧ୍ୟରେ ମଧ୍ୟପ୍ରଦେଶର ଗୃହ ମନ୍ତ୍ରୀ ନର‌ତ୍ତୋମ ମିଶ୍ର ଫିଲ୍ମର ଶୀର୍ଷକ ସହ ‘ବେସରମ୍‌ ରଙ୍ଗ୍‌’ ଗୀତରେ ଅଭିନେତ୍ରୀ ଦୀପିକା ପାଦୁକୋନ ପିନ୍ଧିଥିବା ପୋଷାକକୁ ନେଇ ଆପତ୍ତି ପ୍ରକାଶ କରିଥିଲେ। ସେ ଚେତାବନୀ ବି ଦେଇଥିଲେ କି ଯଦି ନିର୍ମାତା ଏହି ଫିଲ୍ମରେ ପରିବର୍ତ୍ତନ ନକରନ୍ତି ତ ରାଜ୍ୟ ସରକାର ବିଚାର କରିବେ ଯେ ଫିଲ୍ମକୁ ପ୍ରଦର୍ଶନ ପାଇଁ ଅନୁମତି ମିଳିବ ନା ନାହିଁ।
Leave A Reply

Your email address will not be published.