ଭୁବନେଶ୍ୱର(ଆମ ଟିଭି): ଆଜି ସାରା ଦେଶ ପାଳନ କରୁଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏଥିଲାଗି ମହାତ୍ମା ଗାନ୍ଧୀ ମାର୍ଗକୁ ସୁନ୍ଦର ଭାବେ ସଜା ଯାଇଥିଲା।
ଏହି ରାଜ୍ୟସ୍ଥରୀୟ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଜାତୀୟ ପତାକା ଉତ୍ତୋଳନ କରି ରାଜ୍ୟପାଳ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ପରେ ବିଭିନ୍ନ ସଂଗଠନ ପକ୍ଷରୁ ଡେୟାର ଡେଭିଲ ସୋ ଓ କଲା କୌଶଳ ପ୍ରଦର୍ଶନ କରାଯାଇଥିଲା।