ଅଭିନେତା କେ ବିଶ୍ୱନାଥଙ୍କ ପରଲୋକ
ନୂଆଦିଲ୍ଲୀ : ଦୁନିଆକୁ ଅଲବିଦା କହିଲେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା କେ ବିଶ୍ୱନାଥ । ୯୨ ବର୍ଷ ବୟସରେ ଗତକାଲି ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦାସହେବ ଫାଲକେ ସମେତ ବହୁ ଆୱାର୍ଡ ବିଜେତା ଏହି ନିର୍ଦ୍ଦେଶକଙ୍କ ମୃତ୍ୟୁରେ ବଲିଉଡ ତଥା ଟଲିଉଡରେ ଶୋକର ଛାୟା ଖେଳି ଯାଇଛି।
କେ ବିଶ୍ୱନାଥ ଦୀର୍ଘ ଦିନ ହେଲା ବୟସାଧୀକ ରୋଗରେ ପୀଡ଼ିତ ଥିଲେ। ଏଥିନିମନ୍ତେ ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଥିଲେ। ସେଠାରେ ଗତ ରାତିରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ବଲିଉଡ ସମେତ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶକ୍ତ ଝଟକା ଦେଇଛି।