ଏଣିକି ଏଟିଏମରୁ ବାହାରିବ କଏନ

0

ନୂଆଦିଲ୍ଲୀ (ଆମ ଟିଭି): ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ନିୟମ ଜାରି କରିଛି । ଏଣିକି ନୋଟ୍ ଭଳି ଏଟିଏମ୍ରୁ ବାହାରିବ କଏନ୍ । ବୁଧବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କିଂ ଓ ଫାଇନାନ୍ସିଆଲ୍ ସେକ୍ଟର ପାଇଁ କିଛି ଘୋଷଣା କରାଯାଇଛି । ସେଥିମଧ୍ୟରୁ ଗୋଟିଏ ହେଉଛି କଏନ ପାଇଁ ଭେଣ୍ଡିଂ ମେସିନ୍ ଘୋଷଣା । ଅର୍ଥାତ୍ ଏଣିକି ଏଟିଏମରୁ ଟଙ୍କା ଉଠାଇବା ଭଳି କଏନ ମଧ୍ୟ ଉଠାଇପାରିବେ ଗ୍ରାହକ । ଏନେଇ ଆରବିଆଇ ଗର୍ଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଏହି ଯୋଜନା କ୍ୟୁଆର କୋଡ ଚାଳିତ କଏନ ଭେଣ୍ଡିଂ ମେସିନ ହେବ ।

ଖୁବଶୀଘ୍ର ଆରବିଆଇ ଏନେଇ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି । ୧୨ଟି ସହରରେ ଏହି ମେସିନ୍ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ ହେବ । ଗ୍ରାହକ ନିଜ ୟୁପିଆଇ ଆପ୍ ଦ୍ୱାରା ଏଥିରେ ଲାଗିଥଇବା କ୍ୟୁଆର ସ୍କାନ କରି କଏନ ବାହାର କରିପାରିବେ । ଏନେଇ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

Leave A Reply

Your email address will not be published.