ତ୍ରିପୁରାରେ କଂଗ୍ରେସ ଉପରେ ବର୍ଷିଲେ ମୋଦି

0

ନୂଆଦିଲ୍ଲୀ:ତ୍ରିପୁରା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ସିପିଆଇ(ଏମ) ମେଣ୍ଟକୁ ନେଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ପାଇଁ ତ୍ରିପୁରାରେ ପ୍ରଚାର ମଙ୍ଗ ଧରିଥିବା ମୋଦି ଆଜି ସୁଶାସନ ଓ କୁଶାସନ କଥା କହିଛନ୍ତି। କୁଶାସନ ଚଳାଇଥିବା ପୁରୁଣା ଖେଳାଳି ଅର୍ଥାତ କଂଗ୍ରେସ ଓ ସିପିଆଇ(ଏମ) ଏବେ ନିର୍ବାଚନ ପାଇଁ ହାତ ମିଳାଇଥିବା ସେ କହିଛନ୍ତି।

ତିପରା ମୋଥାକୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ ମୋଦି ଦାବି କରିଛନ୍ତି ଯେ ଆଉ କିଛି ଅଲଗା ରାଜନୀତିକ ଦଳ ପଛ ପଟେ ରହି ବିରୋଧୀଙ୍କୁ ସାହାଯ୍ୟ କରୁଛନ୍ତି। କିନ୍ତୁ ସେମାନଙ୍କୁ ଗୋଟିଏ ବି ଭୋଟ ଦେଲେ ତ୍ରିପୁରା ବହୁତ ବର୍ଷ ପଛକୁ ଚାଲିଯିବ ବୋଲି ମୋଦି କହିଛନ୍ତି।

ଧାଲାଇ ଜିଲ୍ଲାର ଅମ୍ବାସାରେ ଆୟୋଜିତ ବିଜେପିର ପ୍ରଚାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଯୋଗ ଦେଇଛନ୍ତି। ଏହି ସମୟରେ ସେ ସାଧାରଣ ସଭାକୁ ସମ୍ବୋଧନ କରି କହିଛନ୍ତି ଯେ “କୁଶାସନ କରିଥିବା ପୁରୁଣା ଖେଳାଳି ଏବେ ହାତ ମିଶାଇଛନ୍ତି। କିଛି ଅନ୍ୟ ଦଳ ସେମାନଙ୍କୁ ପଛ ପଟୁ ସହଯୋଗ କରୁଛନ୍ତି।

ସେମାନଙ୍କ ନାଁ କିମ୍ବା ସ୍ଲୋଗାନ ଯାହା ବି ଥାଉ ପଛେ, ସେମାନଙ୍କୁ ଗୋଟିଏ ବି ଭୋଟ ଦେଲେ ତ୍ରିପୁରା ପଛକୁ ଚାଲିଯିବ। ବାମ ଓ କଂଗ୍ରେସ ସରକାର ଆଦିବାସୀଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିଥିବା ବେଳେ ବିଜେପି ସେମାନଙ୍କ ସମସ୍ୟାର ସମାଧାନ ପାଇଁ କାମ କରିଛନ୍ତି। ବିଜେପି ସମଗ୍ର ଭାରତରେ ଆଦିବାସୀଙ୍କ ଉଥାନ ପାଇଁ ପ୍ରୟାସ ଜାରି ରଖିଛି।”

ଡବଲ ଇଞ୍ଜିନ ସରକାର ପାଇଁ ଭୋଟ ଦେବାକୁ ଆହ୍ୱାନ କରି ସେ ଉତ୍ତରପୂର୍ବ ରାଜ୍ୟରେ ଜାରି ରହିଥିବା ବିକାଶଧାରାକୁ ଆଗକୁ ନେବାକୁ କହିଛନ୍ତି। ମୋଦି କହିଛନ୍ତି, “କଂଗ୍ରେସ ଓ ବାମ ଦଳର ଧାରୁଆ ଖଣ୍ଡା ପ୍ରତି ସମସ୍ତେ ସତର୍କ ରୁହନ୍ତୁ। ସେମାନେ ଲୋକଙ୍କୁ ଫାଇଦା ଦେଉଥିବା ଯୋଜନା ଗୁଡ଼ିକ ବନ୍ଦ କରିବାକୁ ଚାହୁଁଛନ୍ତି।

Leave A Reply

Your email address will not be published.