ନୂଆଦିଲ୍ଲୀ (ଆମ ଟିଭି): ବିବିସି କାର୍ଯ୍ୟାଳୟରେ ଗତକାଲି ଆରମ୍ଭ ହୋଇଥିବା ଆୟକର ବିଭାଗର ଛାନଭିନ୍ ଆଜି ବି ଜାରି ରହିଛି । ଗତକାଲିଠୁ ଦିଲ୍ଲୀ, ମୁମ୍ବାଇ ସ୍ଥିତ କାର୍ୟ୍ୟାଳୟରେ ଆୟକର ବିଭାଗର ସ୍ୱତନ୍ତ୍ର ଟିମର ଚଢାଉ ଚାଲିଛି । ଚଢ଼ଉ କରି କେତେକ ଫୋନ୍, ଦସ୍ତାବିଜ ଓ ଲାପଟପ ଜବତ କରିବା ସହ କାର୍ୟ୍ୟାଳୟ ସିଲ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ଦୁଇଟି ଡକୁମେଣ୍ଟାରି ପ୍ରସ୍ତୁତ କରିବା ପରେ ଏହି ସଂସ୍ଥା ବିବାଦୀୟ ହୋଇପଡ଼ିଥିଲା ।
ବିବିସି ସାମ୍ବାଦିକମାନଙ୍କ ମୋବାଇଲ ଫୋନ୍ ଓ ଲାପଟପ ଏବଂ ଅନେକ କାଗଜପତ୍ର ଜବତ କରାଯାଇଛି । ତଲାସି ଆରମ୍ଭ ହେବାର ଛଅଘଣ୍ଟା ପରେ ଏବଂ ସେମାନଙ୍କ ଲାପଟପ ଆଦି ସ୍କାନ କରାଯିବା ପରେ ହିଁ କର୍ମଚାରୀମାନଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଥିଲା । କତେକ କର୍ମଚାରୀ ଆଇଟି ଅଧିକାରୀମାନଙ୍କ ସହ ଯୁକ୍ତିତର୍କ କରିବା ଦେଖାଯାଇଥିଲା ।