କୋର୍ଟ ମନାକଲେ ସିଦ୍ଦୁ ଖାଇବେନି କଏଦୀଙ୍କ ଖାଦ୍ୟ, ଜାଣନ୍ତୁ କାହିଁକି…
ଚଣ୍ଡୀଗଡ଼(ଆମ ଟିଭି ): ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଦୁ ଏବେ ପଟିଆଲା କେନ୍ଦ୍ରୀୟ ଜେଲରେ ସଜ୍ଜା କାଟୁଛନ୍ତି। ତାଙ୍କୁ ଏକ ବର୍ଷ ପାଇଁ ଜେଲରେ ରହିବାକୁ ପଡିବ। ଜେଲରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ତାଙ୍କର ଫ୍ୟାଟି ଲିଭରର ସମସ୍ୟା ଥିବାରୁ କମ୍ ଚର୍ବି ଏବଂ ଫାଇବର ଖାଦ୍ୟ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ଆଉ ଏସଂକ୍ରାନ୍ତରେ ସ୍ପେଶାଲ ଖାଦ୍ୟ ଦେବାକୁ ଆଜି ସେ ପଟିଆଲାର କୋର୍ଟରେ ଆବେଦନ କରିଥିଲେ | ତେବେ ସିଦ୍ଦୁ ଆଉ କଏଦୀଙ୍କ ଖାଦ୍ୟ ଖାଇବେନି ବରଂ ସ୍ୱତନ୍ତ୍ର ଖାଦ୍ୟ ଖାଇବାକୁ କହିଛନ୍ତି କୋର୍ଟ|

ସୂଚନା ଅନୁଯାୟୀ, ସିଦ୍ଦୁଙ୍କୁ ଡାକ୍ତରମାନେ ଓଜନ ହ୍ରାସ କରିବାକୁ ପରାମର୍ଶ ଦେଇଥିଲେ । ଆଉ ସିଦ୍ଦୁ ଜେଲରେ ସ୍ୱତନ୍ତ୍ର ଖାଦ୍ୟ ପାଇଁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ନିବେଦନ କରିଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନେଇ ପରୀକ୍ଷା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ, ଯକୃତ ସଂକ୍ରମଣ ଏବଂ ଫ୍ୟାଟି ଲିଭର ସମସ୍ୟା ସାମ୍ନାକୁ ଆସିଥିବାରୁ ବର୍ତ୍ତମାନ ଜେଲ୍ ପ୍ରଶାସନ ସିଦ୍ଦୁଙ୍କ ପାଇଁ ଏକ ମେଡିକାଲ୍ ବୋର୍ଡ ଗଠନ କରିଛି, ଯାହା ତାଙ୍କ ଡାଏଟ୍ ପ୍ଲାନ ପ୍ରସ୍ତୁତ କରିବ | ଡାକ୍ତରଙ୍କ ପରାମର୍ଶ ମୁତାବକ ସିଦ୍ଦୁଙ୍କ ପାଇଁ ସୁପ୍, କାକୁଡି, ବିଲାତି ବାଇଗଣ, ଜୁସ ଏବଂ ହାଇ ଫାଇବର ଖାଦ୍ୟ ଜେଲରେ ଦିଆଯିବ।