ଆଜମ ଖାନଙ୍କୁ ଟାର୍ଗେଟ କରି ଏମିତି କହିଲେ ବିଜେପି ସାଂସଦ
ମିରଟ୍: କୃତକର୍ମ ପାଇଁ ଆଜମ୍ ଖାଁ ଶାସ୍ତି ପାଇଛନ୍ତି ଏବଂ ପାପର ଫଳ ଭୋଗିବେ ବୋଲି ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଜୟାପ୍ରଦା କହିଛନ୍ତି।
ରବିବାର ଦିନ ମିରଟ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ରାମପୁରର ପୂର୍ବତନ ସାଂସଦ ତଥା ‘ବିଜେପି’ ନେତ୍ରୀ ଜୟାପ୍ରଦା ସାମ୍ବାଦିକମାନଙ୍କୁ କହିଛନ୍ତି, ରାଜନୀତିରେ ବିଭିନ୍ନ ଦଳମାନଙ୍କ ମଧ୍ୟରେ ମତଭେଦ ଥାଏ। କିନ୍ତୁ, କ୍ଷମତା ଗର୍ବରେ ମତ୍ତ ହୋଇ ଜଣେ ମହିଳାମାନଙ୍କ ପ୍ରତି ଅସମ୍ମାନ କରିବା ଏବଂ ଗରିବ ଓ ନିଷ୍ପେଶିତମାନଙ୍କ ପ୍ରତି ଅବିଚାର କରିବା ଅନୁଚିତ।
ମହିଳାମାନଙ୍କ ପ୍ରତି କିଭଳି ସମ୍ମାନ ପ୍ରଦର୍ଶନ କରିବାକୁ ହୁଏ ଆଜମ୍ ଖାଁ ଏବଂ ତାଙ୍କ ପୁଅ ଅବ୍ଦୁଲ୍ଲା ଆଜମ୍ ଜାଣିନାହାନ୍ତି। ଆଜମ୍ ଖାଁ କୃତକର୍ମ ପାଇଁ ଶାସ୍ତି ପାଇଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି, ଆଜମ୍ ଖାଁଙ୍କର କର୍ତ୍ତୃତ୍ବ ଶେଷ ହୋଇଯାଇଛି। ସେମାନେ (ଆଜମ୍ ଓ ଅବ୍ଦୁଲ୍ଲା) କରିଥିବା ପାପର ପ୍ରତିଫଳ ଭୋଗିବେ।