ଭାରତ ଡ୍ରୋନ ମହୋତ୍ସବ ଉଦଘାଟିତ, ୨୦୩୦ ସୁଦ୍ଧା ଭାରତ ପାଲଟିବ ଗ୍ଲୋବାଲ ଡ୍ରୋନ୍ ହବ୍ 

0

ନୂଆଦିଲ୍ଲୀ (ଆମ ଟିଭି): ଶୁକ୍ରବାର ଭାରତ ଡ୍ରୋନ ମହୋତ୍ସବର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ଆଗାମୀ ଦିନରେ ଗ୍ଲୋବାଲ ଡ୍ରୋନ ହବ୍ ରେ ପରିଣତ ହେବ । ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଡ୍ରୋନର ବ୍ୟବାହର ବଢିବ । ପୂର୍ବରୁ ଡ୍ରୋନ କ୍ଷେତ୍ରରେ ବହୁ କଟକଣା ଥିଲା । କିନ୍ତୁ ଆମେ ସେଥିରୁ ଅଧିକାଂଶ କଟକଣା ହଟାଇ ଦେଇଛୁ । ସମୟ ଥିଲା ଟେକ୍ନୋଲୋଜି ବ୍ୟବହାର କ୍ଷେତ୍ରରେ ବହୁ ସମସ୍ୟା ଥିଲା । କିନ୍ତୁ ୨୦୧୪ ପରେ ଆମେ ଟେକ୍ନୋଲୋଜିର ବିକାଶ ଉପରେ ଗୁରୁତ୍ୱ ଦେବା ସହ ଦେଶର ସବୁ କୌଣରେ ପହଂଚାଇବାକୁ ଚେଷ୍ଟା କରିଛୁ । ଏହା ସହ ମୋଦି ସ୍ୱମିତ୍ୱ ଯୋଜନାକୁ ପ୍ରଶଂସା କରିଛନ୍ତି । ପିଏମ ସ୍ୱମିତ୍ୱ ଯୋଜନାରେ ଗ୍ରାମାଚଂଳରେ ଡ୍ରୋନ ସହାଯ୍ୟରେ ଜମିଗୁଡିକର ହେଉଥିବା ଡିଜିଟାଲ ମ୍ୟାପିଂର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଡ୍ରୋନ ମାଧ୍ୟମରେ ଗ୍ରାମାଂଚଳରେ ବୈଜ୍ଞାନିକ ଆଧାରର ଘରର ନକ୍ସାର ଫଟୋ ଉଠାଯାଇ ପାରୁଛି । ବିବାଦୀୟ ଜମି କ୍ଷେତ୍ରରେ ଏହା ସଠିକ୍ ମାପ କରି ସମସ୍ୟାର ସମାଧାନ କରିପାରୁଛି । ଫଳରେ ପକୃତ ହିତାଧିକାରୀ ଏହା ଲାଭ ପାଇପାରୁଛି ବୋଲି କହଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେ ଆହୁରି ମଧ୍ଯ କହିଛନ୍ତି, ୨୦୨୬ ସୁଦ୍ଧା ଭାରତରେ ୧୫ ହଜାର କୋଟିର ଶିଳ୍ପ ବନିବ ଏବଂ ୨୦୩୦ ସୁଦ୍ଧା ଭାରତ ବିଶ୍ୱର ଡ୍ରୋନର ହବରେ ପରିଣତ ହେବ।

Leave A Reply

Your email address will not be published.