ବିବାଦୀୟ ବୟାନ ଦେଇ ପୁଣି ଚର୍ଚ୍ଚାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

0

ନୂଆଦିଲ୍ଲୀ(ଆମ ଟିଭି): ବିବାଦୀୟ ବୟାନ ଦେଇ ପୁଣି ଚର୍ଚ୍ଚାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ । ପୂର୍ବ କେନ୍ଦ୍ରମନ୍ତ୍ରୀ ନାଗମଣି କୁଶବାହା ବିହାର ସରକାରଙ୍କ ନିକଟରେ କୁଶବାହା ସମାଜର ଲୋକଙ୍କୁ ମାଗଣାରେ ବନ୍ଧୁକ ଲାଇସେନ୍ସ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ସେ ସ୍ପଷ୍ଟଭାବେ କହିଛନ୍ତି କି, ନୀତିଶକୁମାରଙ୍କ ସରକାର ଉପରେ ଭରସା ନାହିଁ । କୁଶବାହା ସମାଜରୁ ଆସୁଥିବା ନେତାଙ୍କୁ ପୂର୍ବରୁ ହତ୍ୟା କରାଯାଉଥିଲା ଓ ଏବେ ବି ସେମାନଙ୍କୁ ହତ୍ୟା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି, ଯଦି ୨୦୨୫ରେ ବିହାରରେ ତାଙ୍କ ପାର୍ଟି ସରକାର ଗଠନ କରେ ତେବେ କୁଶବାହା ସମାଜର ଲୋକଙ୍କୁ ତାଙ୍କ ସରକାର ମାଗଣାରେ ବନ୍ଧସ୍ୱଳ ଯୋଗାଇ ଦେବେ ଓ ଏହା ଫଳରେ ସେମାନେ ନିଜର ସୁରକ୍ଷା ନିଜେ କରିବାକୁ ସମର୍ଥ ହେବେ ।

ନାଗମଣି କହିଛନ୍ତି କି କିଛିଦିନ ମଧ୍ୟରେ କୁଶବାହା ସମାଜର ୫୦ରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଛି । କିଛିଦିନ ପୂର୍ବେ ପାଟନା ଠାରେ ବିହାରର ଜଣେ କୁଶବାହା ସମାଜର ନେତାଙ୍କୁ ଯେଭଳି ନିର୍ମମ ଭାବେ ହତ୍ୟା କରାଗଲା ତାହାକୁ ନେଇ ନାଗମଣି ସିଧାସଳଖ ନୀତିଶ ସରକାରର ପ୍ରଶାସନକୁ ଦୋଷ ଦେଇଛନ୍ତି । ନାଗମଣୀଙ୍କ ମତରେ ଯେତେବେଳେ ଅନ୍ୟମାନେ ଜାଣୁଛନ୍ତି କି କୁଶବାହା ସମାଜର ଲୋକଙ୍କ ପାଖରେ ଆତ୍ମ ସୁରକ୍ଷା ପାଇଁ କିଛି ଅସ୍ତ୍ର ନାହିଁ ସେତେବେଳେ ଅନ୍ୟମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି । ତେଣୁ ଆମ ସରକାର ଆସିଲେ ଆମେ କୁଶବାହା ସମାଜର ଲୋକଙ୍କୁ ମାଗଣାରେ ବନ୍ଧୁକ ବାଣ୍ଟିବୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.