ଐଶ୍ୱର୍ଯ୍ୟଙ୍କ ଗହଣା ଚୋର ଧରିଲା ପୋଲିସ

0

ନୂଆଦିଲ୍ଲୀ :ଶେଷରେ ଏଶ୍ୱର୍ଯ୍ୟାଙ୍କ ଗହଣା ଚୋରି କରିଥିବା ଚୋରକୁ ଧରିଲା ପୁଲିସ। ସାଉଥ ସୁପରଷ୍ଟାର୍ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଘରୁ ଗହଣା ଚୋରି ମାମଲାରେ ଚେନ୍ନାଇ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କ ଡ୍ରାଇଭର ଓ ଘରେ କାମ କରୁଥିବା ଚାକରାଣୀକୁ ପୁଲିସ ଗିରଫ କରିଛି।

ପୁଲିସ ମୁତାବକ, ଐଶ୍ୱର୍ଯ୍ୟାଙ୍କ ଘରେ କାମ କରୁଥିବା ଈଶ୍ୱରୀ ଓ ତାଙ୍କ ଡ୍ରାଇଭର ଭେଙ୍କେଟେସ୍ ମିଶି ତାଙ୍କ ଲକରୁ ଲକ୍ଷ ଲକ୍ଷ ଟଙ୍କାର ଗହଣା ଚୋରି କରିଥିଲେ। ବୁଧବାର ଏହି ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି। ଦୀର୍ଘ ଦିନ ଧରି ଐଶ୍ୱର୍ଯ୍ୟାଙ୍କ ଘରେ କାମ କରୁଥିବାରୁ ଇଶ୍ୱରୀଙ୍କର ଲକର ଚାବି ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଥିବା ପୁଲିସ କହିଛି। ସେ କାର ଡ୍ରାଇଭରଙ୍କ ନିର୍ଦ୍ଦେଶରେ ଏହି କାମ କରିଥିଲେ। ସେ ଘର କିଣିବା ପାଇଁ ଅଳଙ୍କାର ବ୍ୟବହାର କରିଥିଲେ, ତାଙ୍କ ଘର ସହ ଜଡିତ କାଗଜପତ୍ର ମଧ୍ୟ ଇଶ୍ୱରୀଙ୍କ ନିକଟରୁ ଜବତ କରାଯାଇଛି।

ନିକଟରେ ଚେନ୍ନାଇରେ ଥିବା ତାଙ୍କ ଘରର ଲକରରୁ ସୁନା, ହୀରା ଏବଂ ରୂପା ଅଳଙ୍କାର ୩ ଲକ୍ଷରୁ ଅଧିକ ମୂଲ୍ୟର ଅଳଙ୍କାର ଚୋରି ହୋଇଥିବା ପୁଲିସରେ ଐଶ୍ୱର୍ଯ୍ୟା ରଜନୀକାନ୍ତ ଅଭିଯୋଗ କହିଥିଲେ। ଏହି ମାମଲାରେ ଏଶ୍ୱର୍ଯ୍ୟା ତାଙ୍କ ଘରର ତିନି ଜଣ ଚାକରଙ୍କ ଉପରେ ସନ୍ଦେହ କରିଥିଲେ। ପରେ ଐଶ୍ୱର୍ଯ୍ୟାଙ୍କ ଅଭିଯୋଗ ଉପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଚୋରି ହୋଇଥିବା ଗହଣା ଭିିତରେ ସୁନା ବ୍ୟତୀତ ୩୦ ଗ୍ରାମ ହୀରା ଅଳଙ୍କାର, ୪ କିଲୋ ରୁପା ମଧ୍ୟ ସାମିଲ ଥିଲା।

ଉଲ୍ଲେଖଯୋଗ୍ୟ, ଚୋରି ମାମଲାରେ ଧରାପହିଥିବା ଈଶ୍ୱରୀ ଗତ ୧୮ ବର୍ଷ ହେଲା ଐଶ୍ୱର୍ଯ୍ୟାଙ୍କ ପାଖରେ କାମ କରୁଥିଲେ। ସେ ଗହଣା ଚୋରି କରିବା ପରେ ଏହା ବିକ୍ରି କରିଦେଇଥିଲେ। ସେହି ଟଙ୍କାରେ ଘର କିଣି ଥିଲେ। ପୁଲିସ ମୁତାବକ, ସେ ଏକା ସଙ୍ଗେ ସବୁ ଗହଣା ଚୋରି କରିନଥିଲେ, ଧୀରେ ଧୀରେ ଏହାକୁ ଚୋରି କରିଥିଲେ।

Leave A Reply

Your email address will not be published.