ମାଆ ମଙ୍ଗଳା ମହୋତ୍ସବ ରେ ଅଭିନେତା ଆକାଶ ଓ ମନ୍ତ୍ରୀ ତୁଷାରକାନ୍ତି ଙ୍କ ଡାଲଖାଇ ନୃତ୍ୟ*

0

ଭୁବନେଶ୍ୱର :ମାଆ ମଙ୍ଗଳା ମହୋତ୍ସବ, କାକଟପୁର ର ଦ୍ଵିତୀୟ ସନ୍ଧ୍ୟା ରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ତଥା ସମ୍ବାଦ ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଙ୍କ ସମେତ ଯୁବ ନେତା ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ମହୋତ୍ସବ ର ପ୍ରଥମ ପରିବେଷଣ ରେ ଓଡିଶୀ ନୃତ୍ୟ ଦେଖିବାକୁ ମିକିଥିଲା ପରେ ପରେ ସୁଦୂର ସୁବର୍ଣ୍ଣପୁର ରୁ ଆସିଥିବା ପଶ୍ଚିମ ଓଡିଶା ଲୋକନୃତ୍ୟ ପରିବେଷଣ ହୋଇଥିଲା ।

ସମ୍ବଲପୁରୀ ଲୋକନୃତ୍ୟ ଯୁଗରୁ ଯୁଗକୁ ବେଶ ଆଦୃତ ଲାଭ କରିଛି । ସେଇ ପରିପ୍ରେକ୍ଷିରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଯୁବ ନେତା ତଥା ଅଭିନେତା ଆକାଶ ଦାସ ନାୟକ ମଞ୍ଚରେ କଳାକାର ଙ୍କ ସହିତ ତାଳ ଦେଇ ନାଚିଥିଲେ । ସବୁ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ପାଇଁ ମହୋତ୍ସବ ରେ ପ୍ରସ୍ତୁତ କରାଯାଇଥିଲା । ସଙ୍ଗୀତ ପରିବେଷଣ ପାଇଁ ପ୍ରଚ୍ଛଦପଟ ଗାୟିକା ଦିପ୍ତୀରେଖା ପାଢ଼ୀ ଏବଂ ସ୍ୱୟଂ ପାଢ଼ୀ ଯୋଗଦେଇଥିଲେ । ମହୋତ୍ସବ ର ମୁଖ୍ୟ ଆକର୍ଷଣ ଥିଲା ଘରେ ଘରେ ବହୁ ପରିଚିତ ଦୁଇ ବିଶିଷ୍ଟ ହାସ୍ୟ କଳାକାର ଶଙ୍କର – ପ୍ରଜ୍ଞା ।

Leave A Reply

Your email address will not be published.