ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା ଦଳ ଛାଡିଲେ ବିଧାୟକ

0

ନୂଆଦିଲ୍ଲୀ :କର୍ଣ୍ଣାଟକା ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ବଦଳ ରାଜନୀତି ସେତିକି ଜୋର ଧରୁଛି। ପୂର୍ବରୁ ଏକାଧିକ ବିଧାୟକ ଓ ପୂର୍ବତନ ବିଧାୟକ ବିଜେପି ଛାଡ଼ିଥିବା ବେଳେ ଏବେ ବରିଷ୍ଠ ନେତା ଏନୱାଇ ଗୋପାଳକୃଷ୍ଣ ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି। କୁଡିଲିଗି ଆସନରୁ ବିଜୟୀ ହୋଇଥିବା ବିଜେପି ବିଧାୟକ ଗୋପାଲକୃଷ୍ଣ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଖୁବଶୀଘ୍ର କଂଗ୍ରେସରେ ମିଶିବେ ବୋଲି ଜଣାପଡ଼ିଛି।

ଶୁକ୍ରବାର ସେ କର୍ଣ୍ଣାଟକା ବିଧାନସଭା ବାଚସ୍ପତି ବିଶେଶ୍ୱର ହେଗଡେ କାଗେରିଙ୍କୁ ତାଙ୍କ ଅଫିସରେ ଭେଟିଥିଲେ। ତାଙ୍କ ସହ ଆଲୋଚନା କରିବା ପରେ ସେ ନିଜର ଇସ୍ତଫାପତ୍ର ତାଙ୍କ ନିକଟରେ ଦାଖଲ କରିଥିଲେ।

ଇସ୍ତଫା ଦେବା ପୂର୍ବରୁ ସେ ରାଜ୍ୟ କଂଗ୍ରେସ ମୁଖିଆ ଡିକେ ଶିବକୁମାର ଓ ବରିଷ୍ଠ ନେତା ସିଦ୍ଧରମୈୟାଙ୍କୁ ଭେଟିଥିଲେ। ଉଭୟଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବା ପରେ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି।

ଗୋପାଳକୃଷ୍ଣ ପୂର୍ବରୁ କଂଗ୍ରେସରେ ଥିଲେ। ସେ ଚିତ୍ରଦୁର୍ଗା ଜିଲ୍ଲାରେ ଥିବା ମୋଲାକାଲମୁରୁ ଆସନରୁ ୧୯୯୭,୧୯୯୯, ୨୦୦୪ ଓ ୨୦୦୮ରେ ବିଜୟୀ ହୋଇଥଲେ। ୨୦୧୮ରେ ତାଙ୍କୁ କଂଗ୍ରେସ ଟିକେଟ ନ ଦେବାକୁ ସେ ଠିକ୍‌ ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ।

Leave A Reply

Your email address will not be published.