ଭୁବନେଶ୍ୱର(ଆମ ଟିଭି): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ଆଜିଠୁ ଆରମ୍ଭ ହେବ ଯୁକ୍ତଦୁଇ ଖାତାଦେଖା। ପ୍ରଥମ ପର୍ୟ୍ୟାୟରେ ଏପ୍ରିଲ ୨୩ ଯାଏ ଓ ଦ୍ବିତୀୟ ପର୍ୟ୍ୟାୟ ଖାତାଦେଖା ମେ ୭ ଯାଏ ଚାଲିବ। ଏପଟେ ଟାବୁଲେସନ୍ ପ୍ରକ୍ରିୟାକୁ ଯିବ ସ୍କୁଲ ଓ ଗଣଶିକ୍ଷା ବିଭାଗ। ମେ ୨୫ ସୁଦ୍ଧା ଟାବୁଲେସନ୍ ସାରି ମେ ୩୦ ସୁଦ୍ଧା ଫଳ ପ୍ରକାଶ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
ଚଳିତ ଥର ୬୫ଟି ଅଫଲାଇନ୍ ଓ ୩୯ ଟି ଅନଲାଇନ୍ କେନ୍ଦ୍ରରେ ଖାତା ଦେଖାଯିବ। ସିସିଟିଭି ସ୍କାନରରେ ରହିବ ମୂଲ୍ୟାୟନ କେନ୍ଦ୍ର। ଅନଲାଇନ୍ ମୋଡରେ ବିଜ୍ଞାନ, ବାଣିଜ୍ୟ ଓ କଳାର ଇଂରାଜୀ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ। ସ୍କାନ ହୋଇଥିବା ଖାତାକୁ ସିକ୍ରେଟ୍ କୋଡ ଜରିଆରେ ମୂଲ୍ୟାୟନ କରିବେ ଅଧ୍ୟାପକ ।