ବିବାଦରେ ଦଲାଇଲାମା, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ :ବିବାଦ ପରେ କ୍ଷମା ମାଗିଛନ୍ତି ବୌଦ୍ଧ ଧର୍ମଗୁରୁ ଦଲାଇଲାମା। ସେ ବୌଦ୍ଧ ଧର୍ମର ଦୀକ୍ଷା ଗ୍ରହଣ କରିଥିବା ଜଣେ ଛୋଟ ପିଲାର ଓଠକୁ ଚୁମ୍ବନ ଦେବା ପରେ ନିଜର ଜିଭ ବାହାରକୁ କାଢ଼ି ତାକୁ ଚୁଚୁମିବାକୁ କହିଥିଲେ। ସେ କହୁଥିବା ଶବ୍ଦ ଓ ଘଟଣା ବେଳର ଭିଡିଓ ଭାଇରାଲ ହେବା ପରେ ପ୍ରବଳ ବିବାଦ ଦେଖାଯାଇଥିଲା।
ଶେଷରେ ଦଲାଇଲାମା ନିଜର ଜିଭ ଚୁଚୁମିବା ଶବ୍ଦ ପାଇଁ କ୍ଷମା ମାଗିଛନ୍ତି। ସେ ଛୋଟ ପିଲା ଓ ତାଙ୍କ ପରିବାର ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ “ଯଦି ମୁଁ ବ୍ୟବହାର କରିଥିବା ଶବ୍ଦ କାହାକୁ ଆଘାତ ଦେଇଥାଏ, ତା’ହେଲେ ଏଥିପାଇଁ ମୁଁ ସେମାନଙ୍କୁ କ୍ଷମା ମାଗୁଛି।”
ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କ ଟିମ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଗୋଟିଏ ଭିଡିଓ କ୍ଲିପ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଛୋଟ ପିଲା ମହାନ ଧର୍ମଗୁରୁ ଦଲାଇଲାମାଙ୍କ ଠାରୁ ଆଶୀର୍ବାଦ ପାଇବା ପାଇଁ ତାଙ୍କ ଠାରୁ ଆଲିଙ୍ଗନ ମାଗୁଛନ୍ତି। ତେବେ ଏହି ସମୟରେ ଦଲାଇଲାମା ପ୍ରୟୋଗ କରିଥିବା ଶବ୍ଦ ଯଦି କାହାକୁ ଆଘାତ ଦେଇଥାଏ, ତା’ହେଲେ ଏଥିପାଇଁ ସେ ଉକ୍ତ ପିଲା ଓ ତାଙ୍କ ପରିବାର ଲୋକ ଏବଂ ବିଶ୍ୱରେ ଥିବା ସମସ୍ତ ବନ୍ଧୁମାନଙ୍କୁ କ୍ଷମା ମାଗୁଛନ୍ତି।
ସେ ନିଜର ପବିତ୍ରତା ମାଧ୍ୟମରେ ଲୋକଙ୍କୁ ଭେଟିବା ବେଳେ ଅତ୍ୟନ୍ତ ଶାନ୍ତ ଓ ମନ୍ଦ ଉଦ୍ଦେଶ୍ୟ ନ ରଖି ଶବ୍ଦ ମାଧ୍ୟମରେ ଚିଡ଼ାଇ ଥାଆନ୍ତି। ସର୍ବସାଧାରଣ ଓ କ୍ୟାମେରା ଆଗରେ ମଧ୍ୟ ସେ ନିଜ ମଜା ସ୍ୱଭାବ ଦେଖାନ୍ତି। ତଥାପି ଉକ୍ତ ଘଟଣା ପାଇଁ ସେ ଦୁଃଖ ପ୍ରକାଶ କରୁଛନ୍ତି।”