ନୂଆଦିଲ୍ଲୀ (ଆମ ଟିଭି): ପୁଣି ସତ୍ୟପାଲ ମଲ୍ଲିକଙ୍କ ପାଇଁ ବଢିଲା ଅଡ଼ୁଆ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପୁଲୱାମା ଆଟାକ ଉପରେ ଖୁଲାସା କରିଥିବା ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପାଇଁ ଅଡୁଆ ବଢିଛି । ତାଙ୍କୁ ଏବେ ସିବିଆଇ ସମନ କରିଥିବା ନିଜେ ସତ୍ୟପାଲ ମଲ୍ଲିକ କହିଛନ୍ତି । ଏନେଇ ଏବେ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ଆରମ୍ଭ ହୋଇଛି ।
ସୂଚନା ଥାଉକି କିଛିଦିନ ତଳେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପୁଲୱାମା ଆକ୍ରମଣ ଉପରେ କିଛି ଖୁଲାସା କରିଥିଲେ । ପୁଲୱାମା ଆକ୍ରମଣ ଉପରେ ସତ୍ୟପାଲ ମଲ୍ଲିକ ଦେଇଥିବା ବୟାନକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ।