ନୂଆଦିଲ୍ଲୀ (ଆମ ଟିଭି): ଜାମ୍ମୁ-କାଶ୍ମୀରରେ ସହିଦଙ୍କ ପରିବାରକୁ ପଞ୍ଜାବ ସରକାରଙ୍କ ସହାୟତା । ସହିଦଙ୍କ ପ୍ରତି କେବଳ ଶ୍ରଦ୍ଧାଞ୍ଜଳି ନୁହେଁ ବରଂ ସେମାନଙ୍କ ପରିବାରକୁ ସହାୟତାର ହାତ ବଢାଇଲା ପଞ୍ଜାବ ସରକାର । ଜାମ୍ମୁ-କାଶ୍ମୀରର ପୁଞ୍ଚଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ପଞ୍ଜାବର ୪ଜଣ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଏହାସହ ସହିଦ ହୋଇଥିବା ୪ ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ଭାବେ ୧ କୋଟି ଟଙ୍କା ଲେଖାଏଁ ଦେବାକୁ ପଞ୍ଜାବ ସରକାର ଘୋଷଣା କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍ ଘୋଷଣା କରିଛନ୍ତି ।
ସୂଚନା ଥାଉକି ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ଭାଟାଦୁଡିୟା ଅଞ୍ଚଳରେ ଆତଙ୍କବାଦୀମାନେ ଯବାନଙ୍କର ଏକ ଗାଡି ଉପରକୁ ଆକ୍ରମଣ କରିଥିଲେ । ଏଥିରେ ମୋଟ ୫ଜଣ ଯବାନ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ଜଣ ପଞ୍ଜାବ ଓ ଜଣେ ଓଡିଶାର ଥିଲେ । ଏନେଇ ରାଜୋରୀ ସ୍ଥିତ ହ୍ୱାଇଟ୍ ନାଇନ କୋର ମୁଖ୍ୟାଳୟ ତରଫରୁ ସୂଚନା ଦିଆଯାଇଥିଲା । ପଞ୍ଜାବରୁ ସହିଦ ହୋଇଥିବା ୪ଜଣ ଯବାନ ହେଉଛନ୍ତି , ହାବିଲଦାର ମନଦୀପ ସିଂ, ସିପାହୀ ହରକିଶନ ସିଂ, କୁଲବନ୍ତ ସିଂ ଓ ସେବକ ସିଂ ।