ଆସନ୍ତାକାଲି ଝାରସୁଗଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍

0

ଝାରସୁଗୁଡ଼ା (ଆମ ଟିଭି): ସରିଛି ପ୍ରଚାର । ଏବେ ନଜର ଭୋଟିଙ୍ଗ ଉପରେ । ଆସନ୍ତାକାଲି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପଡିବ ଭୋଟ୍ । ଏନେଇ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ । ସାଜ ସରଞ୍ଜାମ ସହ ପୋଲିଂ ପାର୍ଟି ବୁଥରେ ପହଞ୍ଚିଛନ୍ତି । ୧୦ ତାରିଖ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ହେବ ଭୋଟିଂ। ଏଥିପାଇଁ ୨୫୩ଟି ମତଦାନ କେନ୍ଦ୍ର କରାଯାଇଛି । ସେଭିତରୁ ୧୦୬ଟି ବୁଥକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି । ପ୍ରଥମଥର ପାଇଁ ସମସ୍ତ ୨୫୩ଟି ବୁଥରେ ୱେବ୍ କାଷ୍ଟିଂର ବ୍ୟବସ୍ଥା କରାଯାଇଛି।

ଯାହା ଫଳରେ ସବୁ ବୁଥରୁ ଭୋଟ ଗ୍ରହଣ ସମୟର ଟିକିନିଖି ଦୃଶ୍ୟ ଦେଖି ହେବ। ତେବେ ମୋଟ୍ ୨୬ଟି ପିଙ୍କ ଓ ୪୦ଟି ମଡେଲ ବୁଥ୍ କରାଯିବା ସହ ଉପନିର୍ବାଚନ ପରିଚାଳନା ପାଇଁ ମୋଟ୍ ୧୧୯୪ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଥିସହ ମତଦାନକୁ ଅବାଧ, ମୁକ୍ତ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ କରିବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.