ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

0

ଭୁବନେଶ୍ୱର(ଆମ ଟିଭି): କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ୯ ବର୍ଷ ସରକାର ଚଲାଇସାରିଲାଣି । ଏହି ଅବସରରେ ବିଜେପି ମାସେବ୍ୟାପୀ ମହା ଜନସମ୍ପର୍କ ଅଭିଯାନ କରିବ । ୩୧ ମେ’ ରୁ ୩୦ ଜୁନ ପର୍ୟ୍ୟନ୍ତ ହେବ ମହା ଜନସମ୍ପର୍କ ଅଭିଯାନ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଆହ୍ଵାନ କ୍ରମେ ମାସେବ୍ୟାପୀ ବିଭିନ୍ନ କାର୍ୟ୍ୟକ୍ରମ ହେବ । ମୋଦୀ ସରକାରଙ୍କର ୯ ବର୍ଷ ପୂର୍ତ୍ତି ଅବସରରେ ସଫଳତା ବାବଦରେ ଦେଶର କୋଣ ଅନୁକୋଣରେ ପହଞ୍ଚିବ ଦଳ ।

ଏହି କ୍ରମରେ ଓଡ଼ିଶାରେ ୧ କୋଟି ପରିବାରଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରହିଛି । ଓଡ଼ିଶାରେ ୩୭ ହାଜର ୬୦୬ ବୁଥ ପର୍ୟ୍ୟନ୍ତ ପହଞ୍ଚିବ ବିଜେପି । ୯ ବର୍ଷର ସଫଳତା ବିଷୟରେ ଲୋକଙ୍କୁ ଅବଗତ କରିବ ଦଳ । କାର୍ୟ୍ୟକର୍ତ୍ତାମାନେ ଲୋକଙ୍କୁ ଲିଫଲେଟ ଦେବେ ଏବଂ ଆଲୋଚନା କରିବେ । ରାଜ୍ୟରେ ପ୍ରାୟ ୫ ଲକ୍ଷ କାର୍ୟ୍ୟକର୍ତ୍ତା ଏହି କାର୍ୟ୍ୟରେ ଲାଗିବେ । କେନ୍ଦ୍ରୀୟ ନେତୃତ୍ବଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ଏବଂ ବୁଥ ସ୍ତରର କାର୍ୟ୍ୟକର୍ତ୍ତାମାନେ ଲାଗିବେ ।

ମୋଦୀଙ୍କ ଶାସନ ସମୟର ନିରନ୍ତର ବିକାଶ କାର୍ୟ୍ୟ ବିଷୟରେ ଲୋକଙ୍କୁ ଅବଗତ କରିବେ କର୍ମକର୍ତ୍ତା । ରାଜସ୍ଥାନର ଅଜମେରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ ସଂପର୍କ ଅଭିଯାନ ଆରମ୍ଭ କରିବେ । ସବୁ ବର୍ଗର ଲୋକଙ୍କ ପାଖକୁ ଯିବେ ବିଜେପି । କେନ୍ଦ୍ରର ଶୀର୍ଷ ନେତୃତ୍ୱ ଆସିବେ । ଦେଶରେ ୫୧ଟି ମହାସମାବେଶ ହେବ । ଏହି କ୍ରମରେ ଓଡ଼ିଶାରେ ୪ଟି ମହାସମାବେଶ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସିବେ ।

 

Leave A Reply

Your email address will not be published.