ଭୁବନେଶ୍ୱର (ଆମ ଟିଭି): ବାଲେଶ୍ୱର ବାହାନଗାରେ ଟ୍ରେନ୍ ଦୁର୍ଘଟଣା ପରେ ଟ୍ରେନ୍ ସେବା ପ୍ରଭାବିତ ହୋଇଛି । ଲୋକେ ବସ୍ ମାଧ୍ୟମରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି । ଏହାରି ଭିତରେ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ପଦକ୍ଷେପ । କୋଲକାତାକୁ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ, ଭୁବନେଶ୍ୱର ଏବଂ କଟକରୁ କୋଲକାତା ମାଗଣା ବସ ସେବା ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ୱର ରୁଟରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ୍ ହେବା ପର୍ୟ୍ୟନ୍ତ ଏହି ବସ୍ ସେବା ଜାରି ରହିବ । ତେବେ ଏନେଇ ଯାହାବି ଖର୍ଚ୍ଚ ହେବ ତାହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଖର୍ଚ୍ଚ ହେବ ।
ବାହାନଗାରେ ଟ୍ରେନ୍ ଦୁର୍ଘଟଣା କାରଣରୁ କୋଲକତାର ସାଧାରଣ ଟ୍ରେନ୍ ସେବା ବ୍ୟାହାତ ହୋଇଛି । ଅନେକ ଲୋକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ତେଣୁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ, ଭୁବନେଶ୍ୱର ଏବଂ କଟକରୁ କୋଲକାତା ମାଗଣା ବସ୍ ସେବା ଘୋଷଣା କରିଛନ୍ତି । ପ୍ରତିଦିନ ପାଖାପାଖି ୫୦ଟି ବସ୍ ପିରୀ, ଭୁବନେଶ୍ୱର ଓ କଟକରୁ ଯାତାୟତ କରିବ ବୋଲି ସୂଚନା ଦିଆଯାଇଛି ।