ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା

0

ଭୁବନେଶ୍ୱର (ଆମ ଟିଭି): ଦେଶରେ ଗ୍ୟାସ ଦର ବଢିବାରେ ଲାଗିଛି । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ତେଣୁ ଏହି ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଜେଡିର ବିକ୍ଷୋଭ । ଦଳର ଅନେକ ବିଧାୟକ ଓ ନେତା ରାଜଭବନ ସାମ୍ନାରେ ଧାରଣା ଦେଇଛନ୍ତି । ଫାଙ୍କା ସିଲିଣ୍ଡର ଧରି ଦଳର ମହିଳା କର୍ମୀ ଓ ନେତ୍ରୀ କେନ୍ଦ୍ର ବିରୋଧରେ ନାରାବାଜି କରିଛନ୍ତି । ଏହାସହ ରାସ୍ତା ଉପରେ ଚୁଲି ଜାଳି ପ୍ରତିବାଦ କରିଛନ୍ତି । ଏହାସହ ଗ୍ୟାସ ଦର ହ୍ରାସ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି ବିଜେଡି ।

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ମା’ମାନଙ୍କୁ ଅସମ୍ମାନିତ କରିଛି । ଆଖିରେ ଲୁହ ଭରିଦେଇଛି । ୨୦୧୪ରେ ଯେଉଁ ଗ୍ୟାସ ସିଲିଣ୍ଡର ୪୧୦ ଟଙ୍କା ଥିଲା ଏବେ ତାହା ୧୧୩୦ ଟଙ୍କାରେ ପହଞ୍ଚିଛି । ପାଖାପାଖି ୩ ଗୁଣା ବୃଦ୍ଧି ପାଇଛି ଗ୍ୟାସ ଦର । ଉଜ୍ଜ୍ୱଳା ଏବେ ଅନ୍ଧାରୀ ଯୋଜନା ପାଲଟିଛି । କାରଣ ହିତାଧିକାରୀ ଗ୍ୟାସ୍ ରିଫିଲିଂ କରିପାରୁନାହାନ୍ତି । ପୂର୍ବରୁ ଯେମିତି ଚୁଲିରେ ରୋଷେଇ କରୁଥିଲେ ଏବେ ମଧ୍ୟ ସେହିଭଳି ଚୁଲିରେ ରୋଷେଇ କରୁଛନ୍ତି । ଯେପର୍ୟ୍ୟନ୍ତ କେନ୍ଦ୍ର ସରକାର ଚେତି ନାହାନ୍ତି, ଦରଦାମକୁ ନିୟନ୍ତ୍ରଣ କରିନାହାନ୍ତି ଏବଂ ଗ୍ୟାସ ଦର କମାଇ ନାହାନ୍ତି । ସେତେବେଳ ଯାଏଁ ଏ ଆନ୍ଦୋଳନ ଜାରି ରହିବ ।

 

Leave A Reply

Your email address will not be published.