ଭୁବନେଶ୍ୱର ଫିଟନେସ କ୍ଲବ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ 

0

ଭୁବନେଶ୍ୱର:

ଜିଆଜି ରାଜ୍ୟବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି ଅବସରରେ ପଟିଆ କିଟ୍ ଜଗନ୍ନାଥ ମନ୍ଦିର ନିକଟସ୍ତ ଭୁବନେଶ୍ୱର ଫିଟନେସ କ୍ଲବ ପକ୍ଷରୁ ଏକ ବଡ଼ ଧରଣର ଯୋଗ ଶିବିର ଆୟୋଜିତ ହୋଇଛି । ଭୁବନେଶ୍ୱର ଫିଟନେସ କ୍ଲବରେ ଆୟୋଜିତ ଏହି ଶିବିରରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ କ୍ଲବର ସଦସ୍ୟ ଓ ସ୍ଥାନୀୟ ଜନତା ସକାଳୁ ଯେଗାଭ୍ୟାସ କରିଥିଲେ । ଏହି ଅବସରରେ ପ୍ରତିଷ୍ଠିତ ସାଧୁ ସ୍ୱାମୀ ସୁଧନନ୍ଦଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ବକ୍ତବ୍ୟ କାର୍ଯକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ।

ଏହି ଯୋଗ ଶିବିର ପାଇଁ ପ୍ରାୟତଃ ତିନି ମାସ ଆଗରୁ ଯୋଗ ପ୍ରଶିକ୍ଷକ ଫ୍ଲାଇଙ୍ଗ ଅଫିସର ବିଭୂତି ଭୂଷଣ ମହାପାତ୍ର,ଅବସର ପ୍ରାପ୍ତ ବାୟୁ ସେନା ଅଧକାରୀ ତତ୍ୱାବଧାନରେ ବହୁ ମାତ୍ରାରେ କ୍ଲବର ସଦସ୍ୟ ଓ ସ୍ଥାନୀୟ ସାଧାରଣ ଜନତା ଯୋଗ ଅଭ୍ଯାସ ଜାରି ରଖିଥିଲେ ଏବଂ ଆଜି ଯୋଗ ଶିବିରର ସମସ୍ତ ଶ୍ରେୟ ତାଙ୍କର ବୋଲି କ୍ଲବର ସମସ୍ତ ସଦସ୍ୟ ମତ ଦେଇଥିଲେ ।

ସକାଳ ୫:୩୦ରୁ ଆରମ୍ଭ ଏହି କାର୍ଯକ୍ରମରେ କ୍ଲବର ପ୍ରତ୍ୟେକ ସଦସ୍ୟ ଏବଂ ସହଯୋଗୀ ଏକ ସମାନ ଡ୍ରେସ୍ କୋଡ୍ ସହିତ ଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରେ କ୍ଲବର ସଭାପତି, ଶ୍ରୀଯୁକ୍ତ ଜିତେନ୍ଦ୍ର ପାତ୍ର ଓ ସମ୍ପାଦକ, ଶ୍ରୀଯୁକ୍ତ ରଶ୍ମୀରଞ୍ଜନ ସ୍ବାଇଁଙ୍କ ଛଡ଼ା ସତିଶ ସାମଲ, ସୁବ୍ରତ ମହାନ୍ତି, ଦିନେଶ ରାୟ, ଗୋପୀନାଥ ନାୟକ, ସନ୍ତୋଷ ହଋ ଛୋଟରାୟ, ବୈକୁଣ୍ଠ ପ୍ରଧାନ, ଅଞ୍ଜନ ମହାନ୍ତି, ଲକ୍ଷ୍ମୀଧର ସାହୁ ଓ ତଟନ ପ୍ରଧାନ ମଧ୍ୟ ଉପସ୍ଥିତ ରହି ସମସ୍ତଙ୍କୁ ସହଯୋଗ କରିଥିଲେ । ଏହି ଅବସରରେ ଯୋଗ ପ୍ରଶିକ୍ଷକ ଫ୍ଲାଇଙ୍ଗ ଅଫିସର ବିଭୂତି ଭୂଷଣ ମହାପାତ୍ର,ଅବସର ପ୍ରାପ୍ତ ବାୟୁ ସେନା ଅଧକାରୀ, ଜୁମ୍ବା ପ୍ରଶିକ୍ଷକ ଦିଲୀପ, ସ୍ମୃତି, ଏରୋବିକ ପ୍ରଶିକ୍ଷକ ଶିଶିର ସାହୁ ସମସ୍ତଙ୍କୁ ଯୋଗ ପାଇଁ ଉତ୍ସାହିତ କରିଥିଲେ । ଅତିଥି ମାନଙ୍କ ମଧ୍ୟରେ ଥିଲେ ସ୍ବାମୀ ସୁଧାନନ୍ଦ, ସୁରେଶ ଚନ୍ଦ୍ର ନାୟକ (ଡିଜି) ଲାୟନ୍ସ କ୍ଲବ, କୁନ ବିହାରୀ ଦାସ, (ଅଧ୍ୟକ୍ଷ) ୟୋଥ ଆଫୟର୍ସ, ମୁନୁ ନନ୍ଦ ନିର୍ଦେଶକ, ଏସ ଯେ ଡେଭଲପର୍ସ , ଡକ୍ଟର ନୀଳମାଧବ ଜେନା, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଓ ଗୃପ୍ କ୍ୟାପଟେନ ଅନିରୁଦ୍ଧ ସେନାପତି,ଅବସର ପ୍ରାପ୍ତ ବାୟୁ ସେନା ଅଧିକାରୀ, ଅବସର ପ୍ରାପ୍ତ ସେନା ଅଧିକାରୀ ।

କ୍ଲବର ସଭାପତି କହିଥିଲେ ଯେ, “ଯୋଗ, ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ। ଅନେକ ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଭାରତରେ ହୋଇଥିବାର ଅନୁମାନ କରାଯାଏ । ଯୋଗଦ୍ୱାରା ମିଳୁଥିବା ସ୍ୱାସ୍ଥ୍ୟଗତ ଲାଭ ସମସ୍ତେ ପାଇବା ଉଚିତ। ଏହାକୁ ଦୈନିକ ନିଜ ଦିନଚର୍ଯ୍ୟାରେ ସାମିଲ କରିବା ସମସ୍ତଙ୍କ ପାଇଁ ଭଲ”।

“ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଏହା ମନ ଏବଂ ଶରୀରକୁ ସଂଯୋଗ କରେ। ବିଶେଷଜ୍ଞଙ୍କ ମତରେ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ସିଦ୍ଧ ଉପଚାର ଅଟେ” । ତେଣୁ ଯୋଗ ଆମ ଦୈନନ୍ଦିନ ଜୀବନର ଏକ ଅଂଶ ହେବା ଆବଶ୍ୟକ ବୋଲି ଫ୍ଲାଇଙ୍ଗ ଅଫିସର ବିଭୂତି ଭୂଷଣ ମହାପାତ୍ର,ଅବସର ପ୍ରାପ୍ତ ବାୟୁ ସେନା ଅଧକାରୀ କହିଥିଲେ ।

Leave A Reply

Your email address will not be published.