କାହିଁକି ରଥଟଣାରେ ହେଲା ବିଳମ୍ବ: ଚାଲିଛି କାରଣ ଖୋଜା

0

ପୁରୀ (ଆମ ଟିଭି): ଭାଉ ଭଉଣୀଙ୍କୁ ଧରି ଜନ୍ମବେଦୀରେ ପହଞ୍ଚିଲେ କାଳିଆ ଠାକୁର । ଗତକାଲି ବଡ଼ଶଙ୍ଖରେ ଅଟକିଥିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ସେହିପରି ଗଳଗଣ୍ଡି ଛକରେ ନନ୍ଦିଘୋଷ ରଥ ଅଟକିଥିଲା। ତାଲଧ୍ୱଜ, ଦର୍ପଦଳନ ପରେ ଶେଷରେ ପହଞ୍ଚିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ତେବେ ଗତକାଲି ଗୁଣ୍ଡିଚା ମନ୍ଦିରରେ ୩ ରଥ ପହଞ୍ଚିବା ବିଳମ୍ବ ହୋଇଥିଲା । ଯାହାର ଏବେ କାରଣ ଖୋଜା ଚାଲିଛି ।

ଆଜି ସକାଳୁ ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା ତେବେ ଆସନ୍ତାକାଲି ରଥାରୁଢ଼ ଚତୁର୍ଦ୍ଧାମୂତ୍ତିଙ୍କ ଆଡ଼ପ ବିଜେ କରାଯିବ । ବର୍ତ୍ତମାନ ରଥାରୁଢ଼ ମହାପ୍ରଭୁଙ୍କୁ ଦେଖିବାକୁ ଲାଗିଛି ଭକ୍ତଙ୍କ ଗହଳି ଲାଗିରହିଛି । ଏବେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଉପରୁ ଦର୍ଶନ ଦେଉଛନ୍ତି ତିନି ଠାକୁର ।

Leave A Reply

Your email address will not be published.