ଗ୍ୟାଙ୍ଗଷ୍ଟରଙ୍କ ଜମିର ଘର କରି ବାଣ୍ଟିଲେ ଯୋଗୀ

0

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଅତିକ୍ ଅହମଦ ଦଖଲରେ ରଖିଥିବା ଜମିରେ ବୁଲଜର ଚଲାଇ ଏହାକୁ ଅକ୍ତିଆରକୁ ନେଇଥିବା ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଘର ତିଆରି କରି ୭୬ ଜଣ ଗରିବ ଲୋକଙ୍କୁ ଆଜି ଏହାର ଚାବି ପ୍ରଦାନ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜଠାରେ ନିର୍ମିତ ଏହି ପ୍ରଧାନମନ୍ତ୍ରୀ ଆବାସ ଫ୍ଲାଟ୍‌କୁ ହିତାଧିକାରୀଙ୍କ ଭିତରେ ବାଣ୍ଟିଥିଲେ।

ଏହି ଅବସରରେ ଯୋଗୀ ଆଦିତ୍ୟନାଥ କହିଥିଲେ ୨୦୧୭ରେ ଏହି ରାଜ୍ୟରେ ମାଫିଆ ସରକାରୀ ଜମିକୁ ହଡ଼ପ କରି ନେଇଥିଲେ। ମାତ୍ର ଆଜି ମାଫିଆଙ୍କ ଠାରୁ ଜମିକୁ ଛଡ଼ାଇ ଆଣିବା ପରେ ଏଠାରେ ଗରିବ ଲୋକଙ୍କ ନିମନ୍ତେ ଘର କରୁଛୁ।

ଉପଭୋକ୍ତାଙ୍କୁ ୪୧ ବର୍ଗ ମିଟର ଭିତରେ ନିର୍ମିତ ଏହି ଫ୍ଲାଟକୁ ୩.୫ ଲକ୍ଷ ଟଙ୍କା ବିନିମୟରେ ଦିଆଯାଉଛି। ପ୍ରତି ଫ୍ଲାଟ୍‌ରେ ୨ଟି ବେଡରୁମ୍, ଗୋଟିଏ ଲେଖାଏଁ ରୋଷେଇ ରୁମ୍ ଓ ଶୌଚାଳୟ ରହିଛି। ଏଠାରେ ହୋଇଥିବା ଶସ୍ତା ଦାମ୍‌ର ଫ୍ଲାଟ୍‌ ପାଇବା ପାଇଁ ପ୍ରାୟ ୬ ହଜାର ୩୦ ଜଣ ଲୋକ ଆବେଦନ କରିଥିଲେ। ଆବେଦନଗୁଡ଼ିକର ଯାଞ୍ଚ କରାଯିବା ପରେ ୧୫୯୦ ଜଣଙ୍କୁ ଫ୍ଲାଟ୍‌ ଯୋଗାଇ ଦେବା ପାଇବା ପାଇଁ ଲଟ୍ରି ହୋଇଥିଲା।

ସିଏମ୍‌ ଯୋଗୀ ଆଦିତ୍ୟନାଥ ୨୦୨୧ ଡିସେମ୍ୱର ୨୬ ତାରିଖରେ ପ୍ରୟାଗରାଜର ଲୁଗରଗଞ୍ଜ ଅଞ୍ଚଳରେ ଅତିକ୍‌ କବ୍‌ଜା କରିଥିବା ଜମିକୁ ମୁକ୍ତ କରି ୧୭୩୧ ବର୍ଗ ଜମି ଉପରେ ଫ୍ଲାଟ୍‌ ତିଆରି କରି ଗରିବ ଲୋକଙ୍କୁ ଶସ୍ତାରେ ଯୋଗାଇଦେବାକୁ ପଦକ୍ଷେପ ନେଇଥିଲେ। ଏହି ଫ୍ଲାଟ୍‌ଗୁଡ଼ିକ ଗତ ୯ ଜୁନ୍‌ରେ ବଣ୍ଟନ କରାଯିବା ପାଇଁ ଲଟ୍ରି ଉଠାଣ ହୋଇଥିଲା।

Leave A Reply

Your email address will not be published.