ୟୁନିଫର୍ମ ସିଭିଲ କୋର୍ଡ ବିରୋଧ କଲେ ମେଘାଳୟ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁନିଫର୍ମ ସିଭିଲ କୋଡ(ୟୁସିସି) ବା ସମାନ ନାଗରିକ ସଂହିତା ସପକ୍ଷରେ ମତ ରଖିବା ପରେ କେବଳ ବିରୋଧୀ ଦଳ ନୁହେଁ ବରଂ ବିଜେପିର ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ବି ଦ୍ୱନ୍ଦ୍ୱ ଦେଖାଯାଇଛି।

ଏହି ଦ୍ୱନ୍ଦ୍ୱ ଭିତରେ ବିଜେପି ସହ ମିଶି ମେଘାଳୟରେ ମୁଖ୍ୟମନ୍ତ୍ରୀ ବନିଥିବେ କର୍ନଡ କେ ସାଙ୍ଗମା ୟୁସିସିକୁ ଭାରତର ବିଚାରଧାରା ବିରୋଧୀ ବୋଲି କହିଛନ୍ତି। ଶୁକ୍ରବାର ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ନ୍ୟାଶନାଲ ପିପୁଲ୍ସ ପାର୍ଟିର ସୁପ୍ରିମୋ ସାଙ୍ଗାମା କହିଛନ୍ତି, ବିବିଧତା ହେଉଛି ଭାରିତ ଶକ୍ତି। ଆମ ଦଳ ଭାବୁଛି ଯେ ୟୁସିସିର ବର୍ତ୍ତମାନ ସ୍ଥିତି ଏହି ବିଚାରଧାରାର ବିରୋଧାଭାଷ କରୁଛି।

ଉତ୍ତରପୂର୍ବର ଗୋଟିଏ ସ୍ୱତନ୍ତ୍ର ସଂସ୍କୃତି ଓ ସମାଜିକ ବ୍ୟବସ୍ଥା ରହିଛି। ଆମେ ସେମିତି ରହିବାକୁ ଚାହୁଁଛୁ। ତେବେ ୟୁସିସିର ପ୍ରକୃତ ଡ୍ରାଫ୍ଟକୁ ନ ଦେଖି ଏ ସମ୍ପର୍କରେ ବିସ୍ତୃତ ମତ ରଖିବା କଷ୍ଟକର ବୋଲି ମଧ୍ୟ ସେ କହିଛନ୍ତି।

ଅନ୍ୟପକ୍ଷରେ ଏନସିପି ସୁପ୍ରିମୋ ଶରଦ ପାୱାର ୟୁସିସିକୁ ବିରୋଧ କରି ନଥିଲେ ମଧ୍ୟ ସରକାର ବିସ୍ତୃତ ତଥ୍ୟ ଦେବା ପରେ ତାଙ୍କ ଦଳ ଏହା ଉପରେ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.