ଏନଡିଏ ରେ ଯୋଗ ଦେବେ ଚିରାଗ ପାଶୱାନ !

0

ନୂଆଦିଲ୍ଲୀ : 2024 ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ। ଆଜି କଂଗ୍ରେସ ନେତୃତ୍ୱରେ ବିଭିନ୍ନ ବିପକ୍ଷ ଦଳଙ୍କୁ ନେଇ ବୈଠକ ବସୁ ଥିବାବେଳେ ଆସନ୍ତାକାଲି ଶକ୍ତି ପ୍ରଦର୍ଶନ କରିବ ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାଏନ୍ସ (NDA)। ଏଥିପାଇଁ ଆଞ୍ଚଳିକ ଦଳମାନଙ୍କୁ ନିମନ୍ତ୍ରଣ କରିଛି ଦଳ। ଏଥିରେ ବିହାରର ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି(LJP)କୁ ମଧ୍ୟ ନିମନ୍ତ୍ରଣ ହୋଇଥିଲା।

କିନ୍ତୁ ଏଥିପାଇଁ ସର୍ତ୍ତ ରଖିଛନ୍ତି ଚିରାଗ। ତାଙ୍କୁ NDA ରେ ଯୋଗଦେବାକୁ ହେଲେ ଗୋଟିଏ ରାଜ୍ୟସଭା ଏବଂ 6ଟି ଲୋକସଭା ଆସନ ଆବଶ୍ୟକ। ଏହି ସର୍ତ୍ତ ପୂରଣ ହେଲେ ସେ NDA ରେ ଯୋଗଦେବା ନେଇ ସ୍ପଷ୍ଟ କରିଛନ୍ତି ଚିରାଗ। ସୂତ୍ର ଅନସାରେ, ରବିବାର(ଜୁଲାଇ 16)ରେ ପାଟନାରେ ବସିଥିବା ବୈଠକରେ ଚିରାଗ ଏହି ସର୍ତ୍ତ ରଖିଛନ୍ତି।

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏନ୍‌ଡିଏର ବୈଠକ ବସିବ। ବିଜେପି ପକ୍ଷରୁ ଏହି ନୂଆ ଦଳମାନଙ୍କୁ ଏନ୍‌ଡିଏରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଅଶୋକ ହୋଟେଲରେ ଏହି ବୈଠକ ହେବ। ବିହାରରୁ ୪ ରାଜନୈତିକ ଦଳଙ୍କୁ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ ପାଇଛନ୍ତି

 

Leave A Reply

Your email address will not be published.