ଏବେ ବି ବିପଦସଙ୍କେତ ଉପରେ ବୋହୁଛି ଯମୁନାର ଜଳସ୍ତର

0

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀବାସୀଙ୍କ ପାଇଁ ଏବେ ଅସହ୍ୟ ହୋଇପଡ଼ିଛି ଯମୁନା ନଦୀର ଜଳ । ଯୁଆଡେ ଚାହିଁବ ସିଆଡେ ପାଣି। ପାଣି ଭିତରେ ଉବୁଟୁବୁ ହେଉଛି ରାଜଧାନୀ ଦିଲ୍ଲୀ। ଗର୍ଜୁଛି ଜମୁନା ନଦୀ। ହସ୍ତିନାକୁଣ୍ଡ ବ୍ୟାରେଜରୁ ଲଗାତାର ପ୍ରତି ସେକେଣ୍ଡରେ ଏକ ଲକ୍ଷ ଘନ ମିଟରରୁ ଅଧିକ ଜଳ ନିର୍ଗତ ହେଉଛି । ଶନିବାର ପ୍ରତି ସେକେଣ୍ଡରେ ଦୁଇ ଲକ୍ଷ ଘନ ମିଟରରୁ ଅଧିକ ଜଳ ନିର୍ଗତ ହୋଇଥିଲା । ତେବେ କୁହାଯାଉଛି ଯେ, ଯହି ଜଳସ୍ତର ୨୦୬.୦୭ମିଟର ପର‌୍ୟ୍ୟନ୍ତ ବଢେ ତେବେ ଯମୁନାରେ ପୁଣି ଏକ ବଡ ଧରଣର ବନ୍ୟା ସୃଷ୍ଟି ହୋଇପାରେ ।

ଅନ୍ୟପକ୍ଷେ ନୋଏଡା ଏବଂ ଗାଜିଆବାଦରେ ହିନ୍ଦନ ନଦୀରେ ଜଳସ୍ତର କ୍ରମାବତ ଭାବରେ ବୃଦ୍ଧି ପାଉଛି ଦିଲ୍ଲୀରେ ପୁଣିଥରେ ବିପଦ ସଂକେତ ଅତିକ୍ରମ କଲା ଯମୁନା ନଦୀର ଜଳସ୍ତର । ରବିବାର ସକାଳ ସୁଦ୍ଧା ନଦୀର ଜଳସ୍ତର ୨୦୫.୯୦ ମିଟର ଥିବା ବେଳେ ଆଜି ସକାଳୁ ଏହା ୨୦୬.୪୦ ମିଟରକୁ ବୃଦ୍ଧି ପାଇଛି । ତେବେ ଯମୁନା ନଦୀର ଜଳସ୍ତର ବିପଦ ସଂକେତ ଠାରୁ ୧ ମିଟର ଉପରେ ଅଛି ।

Leave A Reply

Your email address will not be published.