ଖ୍ରୀଷ୍ଟ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ଭାଟିକାନରେ ଭେଟିଲେ ନବୀନ
ଭୁବନେଶ୍ୱର(ଆମ ଟିଭି): ଖ୍ରୀଷ୍ଟ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ଭାଟିକାନରେ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ ଗସ୍ତ ଅବସରରେ ପୋପଙ୍କୁ ଭେଟିଛନ୍ତି ନବୀନ। ପୋପଙ୍କୁ ସାକ୍ଷାତ କରିବାରେ ନବୀନ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ ।
ତେବେ ଇଟାଲି, ଗ୍ରୀସ୍ ସମେତ ୟୁରୋପରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟି ରାଜ୍ୟର ବିକାଶରେ ସହଯୋଗର ଆହ୍ବାନ ଦେବେ ମୁଖ୍ୟମନ୍ତ୍ରୀ । ଓଡିଶାର ବିପର୍ୟ୍ୟୟ ପରିଚାଳନା ସାଙ୍ଗକୁ କିଭଳି ଓଡିଶାର ଖାଦ୍ୟ ସୁରକ୍ଷା ପାଇଁ ଆନ୍ୟ ଉପରେ ନିର୍ଭରଶୀଳତାକୁ କମାଇ ପାରିଛି ସେନେଇ ଆଲୋକପାତ କରିବେ । ୟୁରୋପରେ ୫ ଦିନିଆ ରହଣୀ କାଳରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ।