ଶରତ ପାୱାରଙ୍କୁ ଟାର୍ଗେଟ କଲେ ମୋଦି

0

ନୂଆଦିଲ୍ଲୀ: କଂଗ୍ରେସର ବଂଶବାଦ ରାଜନୀତି ଯୋଗୁଁ ‘ଏନ୍‌ସିପି’ ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ହେବାକୁ ସୁଯୋଗ ପାଇଲେ ନାହିଁ ବୋଲି ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଥିବା କଥା ବିଶେଷସୂତ୍ରରୁ ସଂଗ୍ରହ କରି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି

ଗତ ମାସରେ ଅଜିତ ପାୱାର୍‌ ଓ ଦଳର ଅନ୍ୟ ୮ଜଣ ବିଧାୟକ ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ରୁ (ଏନ୍‌ସିପି) ପୃଥକ୍‌ ହୋଇ ଶିବସେନା ବିଦ୍ରୋହୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ମହାରା‌ଷ୍ଟ୍ର ସରକାରରେ ଯୋଗ ଦେବା ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉପରୋକ୍ତ କଥା କହିଥିଲେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ଚଳିତ ମାସ ପ୍ରାରମ୍ଭରେ ପୁଣେରେ ‘ତିଲକ ନ୍ୟାସ୍‌ନାଲ୍‌ ଆୱାର୍ଡ’ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଶରଦ ପାୱାର୍‌ ମଞ୍ଚାସୀନ ହୋଇଥିଲେ। ସେତେବେଳେ ଏ କଥାକୁ ନେଇ ବିରୋଧୀ ଦଳମାନେ ନାନା କଳ୍ପନାଜଳ୍ପନା ଆରମ୍ଭ କରିଥିଲେ। କାରଣ ଗତ ମାସରେ ‘ଇଣ୍ଡିଆ’ ଗ୍ରୁପିଙ୍ଗ୍‌ ଘୋଷିତ ହୋଇସାରିଥିଲା ଓ ‘ଏନ୍‌ସିପି’ ମଧ୍ୟ ତା’ର ସଦସ୍ୟ ହୋଇଥିଲା।

ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ‘ଶିବସେନା’କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ‘ବିଜେପି’ ତାଙ୍କ ସହିତ ମେଣ୍ଟ ଭାଙ୍ଗିନାହିଁ। ଅକାରଣରେ ବିବାଦ ସୃଷ୍ଟି କରାଯାଇଥିଲା। ଗୋଟିଏ ପଟେ କ୍ଷମତାରେ ରହିବାକୁ ଆଶା। ଆରପଟେ ସମାଲୋଚନା କରିବାକୁ ମନ। ଏ ଦୁଇଟି କଥା ଏକତ୍ର ହେବା ସମ୍ଭବପର ନୁହେଁ।

Leave A Reply

Your email address will not be published.