ଆରମ୍ଭ ହେଲା ରାହୁଲଙ୍କ ଭାରତ ଯୋଡୋ ଯାତ୍ରା

0

ମୁମ୍ବାଇ: ରାହୁଲ୍‌ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ବିତୀୟ ପର୍ଯ୍ୟାୟ ଗୁଜରାଟରୁ ଆରମ୍ଭ ହୋଇ ଉତ୍ତରପୂର୍ବ ରାଜ୍ୟ ମେଘାଳୟରେ ଶେଷ ହେବ ବୋଲି ମଙ୍ଗଳବାର ଦିନ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ କହିଛନ୍ତି।

ମୁମ୍ବାଇରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା କରିବା ବେଳେ ଉକ୍ତ ଖବରକୁ ସୁନିଶ୍ଚିତ କରି ନାନା ପାଟୋଲେ କହିଛନ୍ତି, ରାହୁଲ୍‌ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ବିତୀୟ ଚରଣ ଗୁଜରାଟରୁ ଆରମ୍ଭ ହୋଇ ମେଘାଳୟ ପର୍ଯ୍ୟନ୍ତ ଚାଲିବ। ସମ୍ପୃକ୍ତ ରାଜ୍ୟର ଦଳୀୟ ନେତାମାନେ ମଧ୍ୟ ସମାନ୍ତରଳ ଯାତ୍ରା କରିବେ। ଅର୍ଥାତ୍‌ ପ୍ରମୁଖ କଂଗ୍ରେସ ନେତାମାନେ ଦେଶର ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ଗୁଜରାଟ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ହେବାକୁ ଥିବା ଏହି ଯାତ୍ରାର ନେତୃତ୍ବ ନେବେ।

ସେ ଆହୁରି ମଧ୍ୟ କହିଛନ୍ତି, ରାହୁଲ୍‌ ଗାନ୍ଧୀଙ୍କ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ‘ଭାରତ ଯୋଡ଼ୋ ଯାତ୍ରା’ର ଅଭୂତପୂର୍ବ ସଫଳତା ପ୍ରତି ଗୁରୁତ୍ବାରୋପ କରି ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ଯୋଜନା କରାଯାଇଛି।

Leave A Reply

Your email address will not be published.