ଭୁବନେଶ୍ୱର (ଆମ ଟିଭି): ଅନାସ୍ତା ପ୍ରସ୍ତାବ ଉପରେ ଆଲୋଚନାର ଆଜି ଦ୍ୱିତୀୟ ଦିନରେ ଲୋକସଭାରେ ଭାଗ ନେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହାସହ ସେ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି, ଆପଣ ମଣିପୁରରେ ଭାରତକୁ ହତ୍ୟା କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ସରକାର ଏହି ଉତ୍ତରପୂର୍ବ ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି।
ମଣିପୁର ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବାଧୀନ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବିତର୍କରେ କହିବା ବେଳେ ରାହୁଲ୍ ଗାନ୍ଧୀ କହିଛନ୍ତି, ଅଳ୍ପ ଦିନ ତଳେ ମୁଁ ମଣିପୁର ଯାଇଥିଲି। ଆମ ପ୍ରଧାନମନ୍ତ୍ରୀ ଯାଇ ନ ଥିଲେ। ଆଜି ପର୍ୟ୍ୟନ୍ତ ବି ଯାଇ ନାହାନ୍ତି। ତାଙ୍କ ଦୃଷ୍ଟିରେ ମଣିପୁର ଭାରତ ନୁହେଁ। ରାହୁଲ୍ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବିଶ୍ବାସଘାତକ। ମଣିପୁରରେ ଭାରତକୁ ହତ୍ୟା କରିଥିବାରୁ ସେ ଜାତୀୟତାବାଦୀ ନୁହନ୍ତି।