ରାହୁଲଙ୍କ ପ୍ରଶ୍ନର କଡା ଜବାବ ଦେଲେ ସ୍ମୃତି ଇରାନୀ

0

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ଆଜି ଅନସ୍ଥା ପ୍ରସ୍ତାବ ଉପରେ ଆଲୋଚନାର ୨ୟ ଦିନ । ଲୋକସଭାରେ ଏ ନେଇ ଆଲୋଚନା ଆରମ୍ଭ ହୋଇ ଯାଇଛି । ଆଜି ରାହୁଲ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ମତ ରଖି ମଣିପୁର ପ୍ରସଙ୍ଗ ଉପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ରାହୁଲ କହିଥିଲେ, ପ୍ରଧାନମନ୍ତ୍ରୀ ମଣିପୁର ଗଲେନି । କାରଣ ତାଙ୍କ ପାଇଁ ମଣିପୁର ଭାରତରେ ନାହିଁ । ମଣିପୁରରେ ହିନ୍ଦୁସ୍ଥାନର ହତ୍ୟା କରାଯାଇଛି । ଭାରତମାତାକୁ ହତ୍ୟା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ରାହୁଲ କହିଥିଲେ, ‘ଆପଣ ମଣିପୁରକୁ ଦୁଇ ଭାଗ କରିଦେଲେ । ମଣିପୁରକୁ ଭାଙ୍ଗି ଦେଲେ ।’

ରାହୁଲଙ୍କ କଥାର ଜବାବ ରଖିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସ୍ମୃତି ଇରାନୀ ରାହୁଲଙ୍କ ତୀରରେ ରାହୁଲଙ୍କୁ ଜବାବ ଦେଇଥିଲେ । ସେ କହିଥିଲେ, ପ୍ରଥମ ଥର ପାଇଁ ଦେଶର ଇତିହାସରେ ଭାରତ ମାତାର ହତ୍ୟା କଥା କୁହାଯାଇଛି । ଆଉ କଂଗ୍ରେସ ନେତା ଏହି କଥାରେ ତାଳି ବଜାଉଛନ୍ତି । ଯିଏ ଭାରତର ହତ୍ୟା ଉପରେ ତାଳି ବଜାଇପାରେ, ଏଥିରୁ ଏକଥା ସ୍ପଷ୍ଟ ହୁଏ ଯେ, ଗଦ୍ଦାର କିଏ ।’

ସ୍ମୃତି ଇରାନୀ କଶ୍ମୀର ପଣ୍ଡିତଙ୍କ ସହ ହୋଇଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଇଥିଲେ । ଏହି ସମୟରେ ଇରାନୀ ଗିରିଜା ଟିକ୍କୁ, ଶୀଲା ଭଟ୍ଟଙ୍କ ସହ ହୋଇଥିବା ଘଟଣାକୁ ମଧ୍ୟ ଉଠାଇଥିଲେ ।ସ୍ମୃତି ଇରାନୀ କହିଥିଲେ, ମୁଁ ଆପଣଙ୍କ ଆଣ୍ଠୁ ଦରଜ ଉପରେ କିଛି କହିବିନି । ହେଲେ ଯେଉଁ ଯାତ୍ରା ପ୍ରସଙ୍ଗରେ କହୁଥିଲେ ସେ ସମ୍ପର୍କରେ କହିବି । ସ୍ମୃତି ଇରାନୀ କହିଥିଲେ, ଯାତ୍ରା ସମୟରେ ରାହୁଲ ନିଜ ପରିଜନଙ୍କ ସହ ବରଫରେ ଖେଳୁଥିବା ନଜର ଆସିଥିଲା । ହେଲେ ତାଙ୍କୁ ଜଣା ନାହିଁ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ୩୭୦ ହଟାଯିବା ପରେ ଏହା ସମ୍ଭବ ହୋଇଛି ।

Leave A Reply

Your email address will not be published.