ଶୁଭଲକ୍ଷ୍ମୀ ଡେଥ୍ ସସପେନ୍ସ: ମୃତ୍ୟୁ ପଛରେ MMS ଲିଙ୍କ୍‌!

0

ଭୁବନେଶ୍ୱର (ଆମ ଟିଭି): ବାର ଡ୍ୟାନ୍ସର ଶୁଭଲକ୍ଷ୍ମୀର ଡେଥ୍ ମିଷ୍ଟ୍ରୀ ଦିନକୁ ଦିନ ଭିନ୍ନ ଭିନ୍ନ ମୋଡ଼ ନେଉଛି। ଏହାରି ମଧ୍ୟରରେ ପୋଲିସ ହାତରେ ଲାଗିଛି ଆଉ ଏକ ତଥ୍ୟ। ଭାଇରାଲ MMS ପାଇଁ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ଏହି ଭିଡିଓଟିରେ ଥିବା ଯୁବକ ଜଣକ କିଏ? ଏହି ଭିଡିଓ ସୁଟିଂ କଲା କିଏ? ସେହି ଭିଡିଓ ଦେଖାଇ ଶୁଭଲକ୍ଷ୍ମୀଂକୁ ବ୍ଲାକମେଲ କରାଯାଉଥିଲା କି? ଏବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି। ପୋଲିସ ଭିଡିଓକୁ ଜବତ କରିଛି। ଭିଡିଓରେ ଥିବା ଯୁବତୀ ଶୁଭଲକ୍ଷ୍ମୀ କି ନାହିଁ ତାହା ଜାଣିବା ପାଇଁ ପୋଲିସ ତାଙ୍କ ପରିବାର ଲୋକଂକୁ ଡାକିଛି। ପରିବାରଲୋକେ ଭିଡିଓକୁ ଚିହ୍ନଟ କରିବା ପରେ ଫରେନସିକ୍ ଲ୍ୟାବକୁ ପଠାଯିବ। କିଏ ଏହି ଭିଡିଓ ଭାଇରାଲ କରିଛି, ଅଭିଯୁକ୍ତକୁ ଧରିବା ପାଇଁ ସାଇବର ଥାନା ପୋଲିସର ସହଯୋଗ ଲଡ଼ିଲା ଲକ୍ଷ୍ମୀସାଗର ଥାନା ପୋଲିସ।

ଅନ୍ୟପକ୍ଷରେ ଶୁଭଲକ୍ଷ୍ମୀଂକ ଫୋନ୍ କଲ ରେକର୍ଡକୁ ଛାନଭିନ୍ କରୁଛି ପୋଲିସ। ମୃତ୍ୟୁଦିନ ସେ କାହା ସହ କଥା ହୋଇଥିଲେ? ଦୀପାଳି ଲଜର ରୁନ୍ ନମ୍ବର ୨୦୫ରୁ ଶୁଭଲକ୍ଷ୍ମୀଙ୍କ ଶେଷ ଫୋନ୍ କଲ୍ ଅବଧି ଥିଲା ମାତ୍ର ୪୦ ସେକେଣ୍ଡ। ରାତି ୧ଟା ୧୦ ମିନିଟରେ ସେ ଏହି ଫୋନ୍ କରିଥିଲେ। ଲକ୍ଷ୍ମୀସାଗର ଥାନା ପୋଲିସର ତଦନ୍ତକାରୀ ଟିମ୍ ହାତରେ ଏହି ପ୍ରମାଣ ଲାଗିଛି। ତେବେ ସେ ଏହି ଫୋନ୍ କାହାକୁ କରିଥିଲେ? କଣ କଥା ହୋଇଥିଲେ? ସେ ନେଇ ତଦନ୍ତ କରୁଛି ପୋଲିସ। ଶୁଭଲକ୍ଷ୍ମୀ ନିଜ ପାଖରେ ୨ଟି ମୋବାଇଲ୍ ଫୋନ୍ ରଖିଥିଲେ। ୨ଟି ଫୋନର ଉଊଜ ପୋଲିସ ଜବତ କରିଛି। ନିର୍ଧିଷ୍ଟ ଗୋଟିଏ ନମ୍ବରରୁ ୧୨ ଥର ମିସ୍ କଲ୍ ଆସିଛି। ୨ଟି ମୋବାଇଲରେ ଏକାଧିକ ହ୍ବାଟସଆପ୍ ଆକାଉଣ୍ଟ, ୨ଟି ଇନଷ୍ଟାଗ୍ରାମ ଓ ୩ଟି ସ୍ନାପଚାର୍ଟ ଆକାଉଣ୍ଟ ଥିବା ପୋଲିସ ଜାଣିବାକୁ ପାଇଛି। ମୃତ୍ୟୁ ପୂର୍ବରୁ ସେ ହ୍ବାଟସଆପ୍ ଯୋଗେ ଜଣେ ବ୍ୟକ୍ତିଙ୍କ ସହ ଦୀର୍ଘ ସମୟ ଧରି କଥା ହେଉଥିଲେ। ଏନେଇ ଅଧିକ ତଥ୍ୟ ପାଇବାକୁ ପୋଲିସ ଯାଞ୍ଚ ଚଳାଇଛି।

Leave A Reply

Your email address will not be published.