ନାଇଜର ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

0

ଅଶାନ୍ତ ହୋଇପଡ଼ିଥିବା ଆଫ୍ରିକୀୟ ଦେଶ ନାଇଜରରେ ରହୁଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ଭାରତ ସରକାର। ସେଠାରେ ରହିବା ଅତି ଜରୁରୀ ନଥିଲେ ତୁରନ୍ତ ସ୍ୱଦେଶ ଫେରି ଆସିବାକୁ ଆଜି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ନାଇଜରରେ ସେନାର କ୍ଷମତା ଦଖଲ ଉଦ୍ୟମ ଯୋଗୁ ସେଠାରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଭାରତ ସରକାର ନିଜ ଦେଶର ନାଗରିକଙ୍କୁ ଯଥାଶୀଘ୍ର ଫେରି ଆସିବାକୁ କହିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ନାଇଜର ସ୍ଥିତି ଉପରେ ଭାରତ ସରକାରଙ୍କ ନଜର ରହିଛି। ଯଦି କେହି ନାଇଜର ଯିବାକୁ ଯୋଜନା କରୁଛନ୍ତି, ତା’ହେଲେ ସେମାନେ ଏହା ଉପରେ ଆଉଥରେ ବିଚାର କରନ୍ତୁ। ବର୍ତ୍ତମାନର ସ୍ଥିତି ଯାହା ନାଇଜରରେ ରହୁଥିବା ଭାରତୀୟମାନେ ଯଥାଶୀଘ୍ର ସ୍ୱଦେଶ ଫେରି ଆସନ୍ତୁ।

ନାଇଜର ଏୟାରସ୍ପେଶ ବା ବାୟୁସୀମା ଏବେ ବନ୍ଦ ରହିଛି। ତେଣୁ ସମସ୍ତଙ୍କୁ ସଡ଼କ ପଥରେ ସୀମା ପାର କରିବାକୁ ପଡ଼ିବ। ସୀମା ପାର କରିବା ସମୟରେ ସମସ୍ତେ ଅଧିକ ସତର୍କ ରହିବା ଉଚିତ। ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ସମସ୍ତେ ନଜର ରଖନ୍ତୁ।

Leave A Reply

Your email address will not be published.