ସ୍ୱାଧୀନତା ଦିବସ ଅବସରରେ ୯୫୪ ଜଣଙ୍କୁ ମିଳିବ ପୋଲିସ ପଦକ, ଜାଣନ୍ତୁ ଓଡ଼ିଶାରୁ କେତେ ଜଣ
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ମୋଟ୍ ୯୫୪ ଜଣ ପୁଲିସ କର୍ମୀଙ୍କୁ ପୁଲିସ ପଦକ ପ୍ରଦାନ କରାଯିବ। ବୀରତା ପାଇଁ ସିଆରପିଏଫ୍ କର୍ମୀ ଅତିରିକ୍ତ କମାଣ୍ଡାଣ୍ଟ ଲୌକ୍ରକପାମ୍ ଇବୋମଚା ସିଂ ରାଷ୍ଟ୍ରପତି ପଦକ ପାଇବା ଲାଗି ମନୋନୀତ ହୋଇଛନ୍ତି । ୨୨୯ ପୁଲିସ କର୍ମୀଙ୍କୁ ସାହସିକତା ପୁଲିସ ପଦକ ମିଳିବାକୁ ଥିବା ବେଳେ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇବାକୁ ୮୨ ଜଣ ପୁଲିସ କର୍ମଚାରୀଙ୍କ ନାମ ଘୋଷଣା କରାଯାଇଛି । ୬୪୨ ଜଣ ପୁଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।
ସାହସିକତା ପୁରସ୍କାର ପାଇଥିବା ୨୩୦ ଜଣ ପୁଲିସ କର୍ମୀଙ୍କ ମଧ୍ୟରୁ ୧୨୫ ଜଣ ପୁଲିସ କର୍ମୀ ମାଓପ୍ରବଣ ଅଞ୍ଚଳରେ କାର୍ଯ୍ୟରତ ଅଛନ୍ତି। ସେହିପରି ଜାମ୍ମୁ ଓ କାଶ୍ମୀର ପୁଲିସର ୭୧ ଜଣ ପୁଲିସ କର୍ମୀ ଏବଂ ଉତ୍ତରପୂର୍ବାଞ୍ଚଳର ୧୧ ଜଣ ପୁଲିସ କର୍ମୀଙ୍କୁ ସେମାନଙ୍କର ସାହସିକ କାର୍ଯ୍ୟ ପାଇଁ ସାହସିକତା ପୁଲିସ ପଦକ ପ୍ରଦାନ କରାଯିବ। ସାହସିକତା ପୁଲିସ ପଦକ ପାଉଥିବା କର୍ମୀଙ୍କ ମଧ୍ୟରେ ୨୮ ଜଣ ସିଆରପିଏଫ, ୩୩ ଜଣ ମହାରାଷ୍ଟ୍ର ପୁଲିସ କର୍ମୀ, ୫୫ ଜଣ ଜାମ୍ମୁକାଶ୍ମୀର ପୁଲିସ କର୍ମୀ, ୨୪ ଜଣ ଛତିଶଗଡ଼, ୨୨ ଜଣ ତେଲଙ୍ଗାନା, ୧୮ ଜଣ ଆନ୍ଧ୍ରପ୍ରଦେଶ ଏବଂ ଅବଶିଷ୍ଟ ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର କର୍ମୀ ରହିଛନ୍ତି ।