ମଣିପୁର ମାମଲା ମତେ ବ୍ୟଥିତ କରିଛି ମୋଦି

0

ନୂଆଦିଲ୍ଲୀ: କିଛି ଦିନ ହେଲା ମଣିପୁର ହିଂସା ମୋତେ ବ୍ୟଥିତ କରିଛି। ଏଥିସହ ଏହା ଭିତରେ ମଣିପୁରରେ ଶାନ୍ତି ଫେରିବା ମଧ୍ୟ ଆଶ୍ୱସ୍ତ କରିଛି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଶାନ୍ତି ଅଛି। ସାରା ଦେଶ ମଣିପୁରବାସୀଙ୍କ ସହ ଅଛି। ଆଲୋଚନା ମାଧ୍ୟମରେ ମଣିପୁରର ସମାଧାନର ରାସ୍ତା ବାହାରିବ। ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇ ଏକଥା କହିଛନ୍ତି। ମୋର ପ୍ରିୟ ୧୪୦ କୋଟି ପରିବାରଜନ, ବୋଲି ଦେଶବାସୀଙ୍କୁ ସମ୍ବୋଧନ କରି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ଆମର ଲୋକତନ୍ତ୍ର ବିଶ୍ୱରେ ସବୁଠୁ ବଡ଼। ସଦିଦ୍ ଭଗତ ସିଂହ ଓ ରାଣୀ ଲକ୍ଷ୍ମୀବାଈଙ୍କ ପରି ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ଦେଶର ସ୍ବାଧୀନତା ପାଇଁ ଯେଉଁମାନେ ବଳିଦାନ ଦେଇଛନ୍ତି ସମସ୍ତଙ୍କୁ ସମ୍ମାନ ଜଣାଉଛି। ଚଳିତବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ଦେଶରେ ବହୁତ କ୍ଷତି ହୋଇଛି ଏହାର ସାମ୍ନା କରିଥିବା ପରିବାରଙ୍କୁ ମୋର ସମବେଦନା ଜଣାଉଛି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, କରୋନା ପରେ ବିଶ୍ୱର ଗତିପଥ ବଦଳିଛି। ନୂଆ ଶକ୍ତିର ଆର୍ବିଭାବ ହୋଇଛି। କୋଭିଡ କାଳରେ ଭାରତ ବିଶ୍ୱକୁ ମାନବିକତା ଶିଖାଇଛି, ସାରା ବିଶ୍ୱବାସୀଙ୍କ ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟ କରିଛି। ୨୦୧୪ ପରେ ସରକାର ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିଛନ୍ତି।

Leave A Reply

Your email address will not be published.