୭୭ତମ ସ୍ଵାଧୀନତା ଦିବସରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବାଓୀନତା ସଂଗ୍ରାମୀମାନଙ୍କୁ ମନେପକାଇଥିଲେ। ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ବିକାଶରେ ସମସ୍ତେ ସାମିଲ ହୋଇଛନ୍ତି। ଅର୍ଥନୀତିରେ ସମୃଦ୍ଧ ହୋଇଛି। ଓଡ଼ିଶାକୁ ଏବେ ଲକ୍ଷ ଲକ୍ଷ କୋଟି ପୁଞ୍ଜି ଆସୁଛି। ମିଶନ ଶକ୍ତି ଜରିଆରେ ମା’ମାନେ ସମୃଦ୍ଧ ହୋଇଛନ୍ତି। ସମସ୍ତ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରାଯାଇଛି। ବିଏସକେୱାଇ ଯୋଜନାରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବଡ଼ ସହାୟକ ହେଉଛି। ନୂଆ ଓଡ଼ିଶା ଯୋଜନାରେ ଲକ୍ଷେ ଯୁବକଙ୍କୁ ତାଲମ ଦେବୁ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୪ହଜାର କୋଟି ଟଙ୍କାର ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଛୁ। ଯୁବକମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ଆସୁଛି। ମା’ମାନେ ଆମ ବିକାଶର ପ୍ରତିଛବି। ସବୁକ୍ଷେତ୍ରରେ ଓଡ଼ିଶା ଦେଶ ପାଇଁ ଆଦର୍ଶ ହୋଇଛି।

ରାଜଧାନୀର ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବାହ୍ନ ୯ଟା ବେଳେ ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ରାଜଧାନୀରେ ଦେଖିବାକୁ ମିଳିଛି ରାଜ୍ୟସ୍ତରୀୟ ପରେଡ୍। ସ୍ୱାଧୀନତା ଦିବସ ପାଇଁ ସଚିବାଳୟ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଲୋକସମ୍ପର୍କ ଭବନ, ବୟନିକା ଭବନ ଓ ଖାରବେଳ ଭବନକୁ ରଙ୍ଗୀନ ଆଲୋଚନରେ ସଜାଯାଇଛି।

Leave A Reply

Your email address will not be published.