ନୂଆଦିଲ୍ଲୀ (ଆମ ଟିଭି): ନୀତୀଶଙ୍କ ଉପରେ ବର୍ଷିଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ପାଟନାରେ ଏକ ପାର୍କର ନାମ ପରିବର୍ତ୍ତନ କରିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ। ଏହାକୁ ରାଜନୀତି ସରଗରମ ହୋଇଛି। କଙ୍କଡବାଗରେ ଅବସ୍ଥିତ ଏକ ପାର୍କର ନାମ ପୂର୍ବରୁ କୋକନଟ୍ ପାର୍କ ଥିଲା କିନ୍ତୁ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁ ପରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଅଟଳ ପାର୍କ ରଖାଯାଇଥିଲା। ଏବେ ପୁଣି ଏହାର ନାମ କୋକନଟ୍ ପାର୍କ ରଖାଯାଇଛି। କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।
ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଅଟଳ ବିହାରୀ ବାଜପେୟୀ ଭାରତ ଏବଂ ବିହାରର ହୃଦୟରେ ଅଛନ୍ତି। ସେମାନେ ପାର୍କର ନାମ ପରିବର୍ତ୍ତନ କରି ଅଟଳ ବିହାରୀ ବାଜପେୟୀଙ୍କ ନାମକୁ ଅପବିତ୍ର କରିବାକୁ ଚାହୁଁଛନ୍ତି। ଏହା ଏକ ବଡ ପରିବର୍ତ୍ତନ। ଭାରତ ରତ୍ନ ଅଟଳ ଜୀଙ୍କ ନାମ ପରିବର୍ତ୍ତନ କରିବା ଅତ୍ୟନ୍ତ ଅପମାନଜନକ। ଯଦି ଏହା ବନ୍ଦ ନ ହୁଏ ତେବେ ତେଜସ୍ବୀ ଯାଦବ ମଧ୍ୟ ଦିନେ ନୀତିଶ କୁମାରଙ୍କ ନାମ ପରିବର୍ତ୍ତନ କରିଦେବେ।