ରକ୍ଷାବନ୍ଧନରେ ମହିଳା ମାନଙ୍କୁ ବଡ ଉପହାର ଦେବେ ଯୋଗୀ: ଜାଣନ୍ତୁ କ’ଣ?

0

ନୂଆଦିଲ୍ଲୀ (ଆମ ଟିଭି): ରକ୍ଷାବନ୍ଧନରେ ମହିଳା ମାନଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି ଉତ୍ତରପ୍ରଦେଶ ସରକାର । ଉତ୍ତରପ୍ରଦେଶ ସରକାର ରକ୍ଷାବନ୍ଧନରେ ମହିଳା ମାନଙ୍କ ପାଇଁ ମାଗଣା ବସ ଯାତ୍ରାର ଯୋଜନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖୁବ ଶୀଘ୍ର ଏହାର ଘୋଷଣା କରି ପାରନ୍ତି ବୋଲି ୟ ସୂଚନା ମିଳିଛି । ଏହାଦ୍ୱାରା ମହିଳାମାନେ ସହଜରେ ଗନ୍ତବ୍ୟ ସ୍ଥଳକୁ ଯାଇ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିବେ। ଏହି ଘୋଷଣା ଦ୍ବାରା ମହିଳା ମାନଙ୍କ ପାଇଁ ବଡ଼ ସୁବିଧା ଦେବ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଗଣା ଯାତ୍ରାର ସମୟ ଅବଧି ଦୁଇ ଦିନ କରିବାର ଯୋଜନା ରହିଛି। ପରିବହନ ନିଗମ ଖୁବ ଶୀଘ୍ର ମାଗଣା ଯାତ୍ରା ସହ ଜଡିତ ଦିଗ-ନିର୍ଦ୍ଦେଶ ଜାରି କରିବେ। ଚଳିତ ବର୍ଷ ରକ୍ଷା ବନ୍ଧନର ମୁହୂର୍ତ୍ତ ୩୦ ଓ ୩୧ ଅଗଷ୍ଟ।

Leave A Reply

Your email address will not be published.