ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡ

0

“ପାଟନା: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆରଜେଡି ନେତା ତଥା ଦଳର ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଭୋଟ ପାଇଁ ହତ୍ୟା ମାମଲାରେ ଏପରି ଦଣ୍ଡିତ କରିବା ବିହାରରେ ପ୍ରଥମ ଦଣ୍ଡ। ପ୍ରଭୁନାଥ ସିଂଙ୍କୁ ତଳ କୋର୍ଟରୁ ନେଇ ହାଇକୋର୍ଟ ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ବର୍ତ୍ତମାନ ସେ ଜେଲରେ ଅଛନ୍ତି। ସେ ତତ୍କାଳୀନ ବିଧାୟକ ଅଶୋକ ସିଂଙ୍କ ହତ୍ୟା ମାମଲାରେ ଜେଲ ଦଣ୍ଡ ଭୋଗୁଛନ୍ତି। ବିହାରର ମହାରାଜଗଞ୍ଜ ଲୋକସଭା ଆସନରୁ ତିନିଥର ଏବଂ ଥରେ ଆରଜେଡି ଟିକେଟରେ ସାଂସଦ ଥିବା ପ୍ରଭୁନାଥ ସିଂଙ୍କ ବିରୋଧରେ ୧୯୯୫ ମସିହାରେ ମସରଖ ସ୍ଥିତ ଏକ ମତଦାନ କେନ୍ଦ୍ର ନିକଟରେ ୪୭ ବର୍ଷିୟ ବ୍ୟକ୍ତି ଦାରୋଗା ରାୟ ଏବଂ ୧୮ ବର୍ଷ ବୟସ୍କ ଯୁବକ ରାଜେନ୍ଦ୍ର ରାୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ପୀଡ଼ିତାଙ୍କୁ ଦଶ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟ ପ୍ରଭୁନାଥ ଏବଂ ବିହାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ପ୍ରଭୁନାଥ ସିଂଙ୍କୁ ଗିରଫ କରିବାକୁ ସୁପ୍ରିମକୋର୍ଟ ବିହାର ସରକାରଙ୍କୁ କହିଛନ୍ତି। ୧୯୯୫ରେ ସିଂଙ୍କ ବିରୋଧରେ ଏକ ଡବଲ ମର୍ଡର ମାମଲା ରୁଜୁ ହୋଇଥିଲା। କିଛି ସମୟ ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ବର୍ତ୍ତମାନ ତାଙ୍କୁ ଡବଲ ମର୍ଡର ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।”

 

Leave A Reply

Your email address will not be published.