ଜି-୨-୦ରେ ସ୍ଥାନପାଇଛି ସୁଦର୍ଶନ ସାହୁଙ୍କ ସ୍ଥାପତ୍ୟ

0

ନୂଆଦିଲ୍ଲୀ: ଚଳିତମାସ ୯ ତାରିଖରୁ ସ୍ଥାନୀୟ ପ୍ରଗତି ମଇଦାନରେ ନବ ନିର୍ମିତ  ଭାରତ ମଣ୍ଡପରେ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ସମ୍ମିଳନୀରେ ଯୋଗ ଦେବାକୁ ବିଶ୍ବର ଏକାଧିକ ରାଷ୍ଟ୍ରମୁଖ୍ୟ ଭାରତ ଆସୁଥିବାବେଳେ ସେମାନଙ୍କର ଆତିଥ୍ୟକୁ ନେଇ ଭାରତ ସରକାର ବେଶ ତତ୍ପର ହୋଇସାରିଛନ୍ତି।ଅତିଥିମାନଙ୍କୁ ସ୍ବାଗତ କରିବା ପାଇଁ ଦିଲ୍ଲୀର ବିଭିନ୍ନ ଗୁରତ୍ବପୁର୍ଣ୍ଣ ସ୍ଥାନରେ ବିଭିନ୍ନ ରାଜ୍ୟର ସ୍ଥାପତ୍ୟ କଳାକୁ ପ୍ରର୍ଦଶିତ କରାଯାଇଛି ଯାହା ଫଳରେ  ରାଜଧାନୀ ଦିଲ୍ଲୀର  ଚିତ୍ର ସଂପୁର୍ଣ୍ଣରୁପେ ବଦଳି ଯାଇଛି।

ଜି-୨୦ ସମ୍ମିଳନୀ ଅବସରରେ ସ୍ଥାପତ୍ୟ କଳାରେ ଦେଶ ଓ ବିଦେଶ‌ରେ  ଖ୍ୟାତି ଅର୍ଜନ କରିଥିବା ପଦ୍ମ ବିଭୁଷଣ ସୁର୍ଦଶନ ସାହୁଙ୍କ ସ୍ଥାପତ୍ୟ କଳା  ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଏବଂ ବିଭିନ୍ନ ସ୍ଥାନରେ ପ୍ରର୍ଦଶୀତ କରାଯାଇଛି। ଓଡିଶାର ପାରମ୍ପାରିକ କଳା ଓ ଭାସ୍କର୍ଯ୍ୟକୁ ଅତ୍ୟନ୍ତ ନିଖୁଣଭାବେ ପ୍ରର୍ଦଶୀତ କରାଯାଇଛି।ଦିଲ୍ଲୀର ସୌଦନ୍ଦୀକରଣ କାର୍ଯ୍ୟରେ ସୁର୍ଦଶନ ସାହୁଙ୍କୁ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ଯଥେଷ୍ଟ ଗୁରତ୍ବ ଦେଇଛନ୍ତି ତଥା ତାଙ୍କର  ଯୋଗଦାନ ଜି-୨୦ ପରିପେକ୍ଷୀରେ ଦିଲ୍ଲୀକୁ ଏକ ନୁଆ ରଙ୍ଗ ଦେବାରେ ସଫଳ ହୋଇଛି।

Leave A Reply

Your email address will not be published.