ବିଜେପି ଛାଡ଼ିଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି ଚନ୍ଦ୍ର 

0

କୋଲକାତା: ବିଜେପି ଛାଡ଼ିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତୀ ଚନ୍ଦ୍ର କୁମାର ବୋସ୍। ସୁଭାଷଙ୍କ ଆଦର୍ଶର ପ୍ରଚାର ପ୍ରସାର ପାଇଁ ବିଜେପିର ଉଭୟ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱଙ୍କ ଠାରୁ ସମର୍ଥନ ଓ ଗୁରୁତ୍ୱ ନ ମିଳିବାରୁ ବୁଧବାର ସେ ବିଜେପିରୁ ଇସ୍ତଫା ଦେଇଛନ୍ତି ବୋଲି ଚନ୍ଦ୍ର କୁମାର ବୋସ୍ କହିଛନ୍ତି।

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଏଥିରେ ସେ ଲେଖିଛନ୍ତି “ବିଜେପିରେ ଯୋଗ ଦେବା ବେଳେ ମୋତେ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ମୋତେ ସୁଭାଷ ଚନ୍ଦ୍ର ବୋଷ ଓ ଶରତ ଚନ୍ଦ୍ର ବୋଷଙ୍କର ସମାବେଶୀ ବିଚାରଧାରା ପ୍ରଚାର କରିବାକୁ ଅନୁମତି ଦିଆଯିବ। ହେଲେ ସେମେତି କିଛି ହେଲା ନାହିଁ।”

ଚିଠିରେ ଆହୁରି ଲେଖାଯାଇଛି  “ ସେହି ସମୟରେ ବୋସ୍ ଭ୍ରାତା ଦ୍ୱୟଙ୍କ ବିଚାରାଧାରାକୁ ନେଇ ବିଜେପି ସହିତ ମୋର ଆଲୋଚନା ହୋଇଥିଲା। ପରେ ଭାବିଲି କି ବିଜେପି ଜରିଆରେ ପୂରା ଦେଶରେ ଏହି ଆଦର୍ଶର ପ୍ରଚାର କରିବି। ଆହୁରି ମଧ୍ୟ ଲକ୍ଷ୍ୟ ଥିଲା ଯେ ବିଜେପିର ଢାଞ୍ଚା ଭିତରେ ରହି ଆଜାଦ ହିନ୍ଦ୍ ମୋର୍ଚ୍ଚା ଗଠନ କରି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଭାରତୀୟ ବୋଲି ସୁଭାଷଙ୍କ ଆଦର୍ଶର ପ୍ରଚାର କରିବି।” ଦେଶକୁ ଏକାଠୀ କରିବାର ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଚନ୍ଦ୍ର ବୋଷ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋର ଏହି ଉତ୍ସାହ ମୁଳକ ପଦକ୍ଷେପକୁ ନା କେନ୍ଦ୍ର ନେତୃତ୍ୱ ନା ପଶ୍ଚିମବଙ୍ଗ ବିଜେପି ନେତୃତ୍ୱ କାହା ପାଖରୁ ବି ସମର୍ଥନ ମିଳିଲା ନାହିଁ। ଏନେଇ ଏକ ପ୍ରସ୍ତାବ ଦେଇଥିଲେ ବି ମୋ ପ୍ରସ୍ତାବକୁ ଅଣଦେଖା କରାଗଲା ବୋଲି ଶ୍ରୀ ବୋଷ ଅଭିଯୋଗ କରିଛନ୍ତି।

ସୂଚନା ଥାଉକି ଚନ୍ଦ୍ର କୁମାର ବୋଷଙ୍କୁ ୨୦୨୬ରେ ରାଜ୍ୟ ବିଜେପି ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ହେଲେ ୨୦୨୦ରେ ଦଳୀୟ ନେତୃତ୍ୱ ପରିବର୍ତ୍ତନରେ ତାଙ୍କୁ ଏହି ପଦରୁ ବାହାର କରାଯାଇଥିଲା।

Leave A Reply

Your email address will not be published.