ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍
ନୂଆଦିଲ୍ଲୀ (ଆମ ଟିଭି): ଜି-୨୦ ବୈଠକ ପାଇଁ ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏନେଇ ସେ ଆମେରିକାରୁ ନିଜ ବିମାନରେ ବାହାରି ସାରିଛନ୍ତି । ଆଜି ସଂଧ୍ୟାରେ ବାଇଡେନ ଭାରତରେ ପହଞ୍ଚିବେ । ଏହା ପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଭେଟିବାର କାର୍ୟ୍ୟକ୍ରମ ରହିଛି । ଜି-୨୦ ବୈଠକରେ ସାମିଲ ହେବାକୁ ଆମେରିକା ରାଷ୍ଟ୍ରପତି ଭାରତ ଆସୁଛନ୍ତି ।
୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ବୈଠକ ବସୁଛି । ଏଥିରେ ସାମିଲ ହେବାକୁ ବିଭିନ୍ନ ଦେଶର ନେତାମାନେ ଭାରତରେ ପହଞ୍ଚିବାରେ ଲାଗିଛନ୍ତି । ତେବେ ଚୀନ୍ ରାଷ୍ଟ୍ରପତି ସି-ଜିନପିଙ୍ଗ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ବୈଠକରେ ସାମିଲ ହେଉ ନାହାନ୍ତି । ବରଂ ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଏଥିରେ ସାମିଲ ହେବେ ।