୧୦ ଦିନରେ ଆସୁଛି ୨ଟି ଲଘୁଚାପ

0

ଭୁବନେଶ୍ୱର (ଆମ ଟିଭି): ଆସୁଛି ଦୁଇ ଦୁଇଟି ଲଘୁଚାପ । ଆସନ୍ତା ୧୦ ଦିନ ମଧ୍ୟରେ ଦୁଇଟି ଲଘୁଚାପ ଆସୁଛି । ୧୨ ଓ ୧୯ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର ହେବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ଆଡ଼କୁ ଉତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବିଶେଷ କରି ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ ।

ଏହାର ପ୍ରଭାବରେ ମଙ୍ଗଳବାରରୁ ଗୁରୁବାର ଯାଏ ରାଜ୍ୟରେ ପ୍ରବଳ ବର୍ଷିବ ବୋଲି ଆକଳନ ହୋଇଛି । ସେହିପରି ୧୯ ତାରିଖରେ ଉତ୍ତର ବଙ୍ଗୋପସାଗର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ସେପ୍ଟେମ୍ବରର ତୃତୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ୪୮ ଘଣ୍ଟାର ଲଘୁଚାପ ସୃଷ୍ଟି ହୋଇପାରେ । ଫଳରେ ସାରା ରାଜ୍ୟରେ ବର୍ଷା ହେବ ।

Leave A Reply

Your email address will not be published.