ଭୁବନେଶ୍ୱର (ଆମ ଟିଭି): ଆଗକୁ ଆସୁଛି ବିଧାନସଭାର ମୌସୁମୀ ଅଧିବେଶନ । ଏହପୂର୍ବରୁ ଆଜି ବସିବ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ । ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଉଭୟ ବୈଠକ ହେବ । ବୈଠକରେ ଅତିରିକ୍ତ ବଜେଟର ଚିଠା ପ୍ରସ୍ତାବକୁ ମିଳିବ ଅନୁମୋଦନ । ପ୍ରାୟ ୨୫ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଚିଠା ପ୍ରସ୍ତାବ ଉପସ୍ଥାପନା ହୋଇପାରେ ।
ମନ୍ତ୍ରୀ ପରିଷଦର ଅନୁମୋଦନ ପରେ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ୍ ଆଗତ ହେବ । ଏହା ବାଦ୍ କ୍ୟାବିନେଟ୍ ବୈଠକରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି । ପ୍ରାୟ ୧୫ରୁ ଅଧିକ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିପାରେ