ଚତୁର୍ଥ କକ୍ଷପଥ ପରବର୍ତ୍ତନ କଲା ଆଦିତ୍ୟ ଏଲ-୧

0

ନୂଆଦିଲ୍ଲୀ (ଆମ ଟିଭି): ଆଦିତ୍ୟ ଏଲ ୧ ଧିରେ ଧିରେ ସୂର୍ଯ୍ୟ ଅଭିମୁଖେ ଗତି କରୁଛି । ଗୋଟିଏ ପରେ ଗୋଟିଏ କକ୍ଷପଥ ଅତିକ୍ରମ କରିଚାଲିଛି ଇସ୍ରୋର ସୂର୍ଯ୍ୟ ମିଶନ ।ଏହାରି ଭିତରେ ପୃଥିବୀ ଚାରିପଟେ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ୍-୧ । ରାତି ୨ଟା ୧୫ ମିନିଟରେ କକ୍ଷପଥ ପରିବର୍ତ୍ତନ କରିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଇସ୍ରୋ । ଏବେ ପଞ୍ଚମ କକ୍ଷପଥରେ ଘୁରି ବୁଲୁଛି ଆଦିତ୍ୟ ଏଲ୍-୧ । ଆସନ୍ତା ୧୯ ତାରିଖ ରାତି ୨ଟାରେ ପଞ୍ଚମ ତଥା ଶେଷ କକ୍ଷପଥ ପରିବର୍ତନ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ଏବେ ପୃଥିବୀଠାରୁ ସବୁଠୁ କମ୍ ୨୫୬ କିଲୋମିଟର ଓ ସବୁଠୁ ଅଧିକ ୧ ଲକ୍ଷ ୨୧ ହଜାର ୯୭୩ କିଲୋମିଟର ଦୂରରେ ବୁଲୁଛି ଆଦିତ୍ୟ ଏଲ୍-୧ । ପୂର୍ବରୁ ସେପ୍ଟେମ୍ବର ୩, ୫ ଓ ୧୦ ତାରିଖରେ କକ୍ଷପଥ ପରିବର୍ତ୍ତନ କରିଥିଲା ଆଦିତ୍ୟ ଏଲ୍-୧ ।

Leave A Reply

Your email address will not be published.